ଜାଣନ୍ତୁ, କେଉଁ ବୟସରେ କେତେ ସମୟ ଶୋଇବା ଆବଶ୍ୟକ

0

ସୁସ୍ଥ ରହିବା ପାଇଁ ସଠିକ୍‍ ସମୟରେ ଖାଦ୍ୟ ଖାଇବା ଯେତିକି ଆବଶ୍ୟକ, ସେତିକି ଆବଶ୍ୟକ ସଠିକ୍ ସମୟରେ ଶୋଇବା। ପ୍ରତ୍ୟେକ ବ୍ୟକ୍ତି ପାଇଁ ଯେତିକି ସମୟ ଶୋଇବା ଦରକାର ସେଥିରେ ଅବହେଳା ହେଲେ ବିଭିନ୍ନ ସମସ୍ୟା ଦେଖାଦେଇଥାଏ। ଠିକ୍‍ ସମୟରେ ନଶୋଇବା ଓ ଯେତିକି ସମୟ ଶୋଇବା ଆବଶ୍ୟକ ସେତିକି ସମୟ ନଶୋଇବା ଦ୍ୱାରା ଅଳ୍ପ ବୟସରୁ ବିଭିନ୍ନ ରୋଗ ଆକ୍ରମଣ କରେ। ଏ ନେଇ ଆମେରିକାରର ‘ନ୍ୟାସନାଲ ସ୍ଲିପ୍ ଫାଉଣ୍ଡେସନ୍’ ପକ୍ଷରୁ ଶୋଇବା ଅଭ୍ୟାସ, ଆବଶ୍ୟକତା ଓ ଏହାର ପ୍ରଭାବ ଉପରେ ଏକ ଗବେଷଣା କରାଯାଇଥିଲା। ଏଥିରୁ ଜଣାପଡ଼ିଥିଲା ଯେ, ବୟସ ଅନୁଯାୟୀ ମଣିଷର ଶୋଇବାର ସମୟ ଅବଧି ଅଲଗା ଅଲଗା ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ଗବେଷଣାର ରିପୋର୍ଟ ଅନୁସାରେ କେଉଁ ବୟସରେ କେତେ ସମୟ ଶୋଇବା ଆବଶ୍ୟକ –

୧. ଜନ୍ମ ହେବା ଠାରୁ ୩ ମାସ ପର୍ୟ୍ୟନ୍ତ ଜଣେ ଶିଶୁ ୧୪ରୁ ୧୭ ଘଣ୍ଟା ଶୋଇବା ଆବଶ୍ୟକ।
୨. ସେହିପରି ୪ରୁ ୧୧ ମାସର ଶିଶୁ ୧୨ରୁ ୧୫ ଘଣ୍ଟା ପର୍ୟ୍ୟନ୍ତ ଶୋଇବା ଆବଶ୍ୟକ।
୩. ୧ରୁ ୨ ବର୍ଷର ପିଲା ୧୧ରୁ୧୪ ଘଣ୍ଟା ପର୍ୟ୍ୟନ୍ତ ଶୋଇବା ଆବଶ୍ୟକ।
୪. ସେହିପରି ୩ରୁ ୫ବର୍ଷ ପର୍ୟ୍ୟନ୍ତ ପିଲାମାନେ ୧୦ ରୁ ୧୩ ଘଣ୍ଟା ଶୋଇବା ଆବଶ୍ୟକ।
୫. ୧୪ ରୁ ୧୭ ବର୍ଷ ପର୍ୟ୍ୟନ୍ତ ପିଲା ୮ରୁ ୧୦ ଘଣ୍ଟା ଶୋଇବା ଦରକାର।
୬. ୧୮ ରୁ ୬୪ ବୟସ ପର୍ୟ୍ୟନ୍ତ ୭ ରୁ ୯ ଘଣ୍ଟା ଶୋଇବା ଶରୀର ପାଇଁ ଭଲ ହୋଇଥାଏ।
୭. ୬୫ ବର୍ଷରୁ ଅଧିକ ବୟସ ବ୍ୟକ୍ତି ୭ରୁ ୮ ଘଣ୍ଟା ଶୋଇବା ଆବଶ୍ୟକ ବୋଲି ଗବେଷଣାରୁ ଜଣାପଡ଼ିଛି।

Leave A Reply