ଏମାନଙ୍କ ପ୍ରୟାସକୁ ସଲାମ, ଭାଗ-୧

0
photo curtesy .unsung.in/

ଓଡିଶା କାହିଁକି ସାରା ଭାରତରେ ତୁଳସୀ ମୁଣ୍ଡା ଜଣେ ସମାଜସେବୀ ଭାବେ ବେଶ୍‌ ଲୋକପ୍ରିୟ । ଓଡିଶାରେ ଆଦିବାସୀମାନଙ୍କ ମଧ୍ୟରେ ଶିକ୍ଷାର ବ୍ୟାପକ ପ୍ରଚାର ପ୍ରସାର ପାଇଁ ସେ କାମ କରୁଛନ୍ତି । ଏଥିପାଇଁ ୨୦୦୧ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ  ପ୍ରଦାନ  କରାଯାଇଥିଲା ।  ସେ ଏକ ଖଣି ଅଞ୍ଚଳରେ  ବିଦ୍ୟାଳୟ ସ୍ଥାପନ କରି ସେଠାରେ ଆଦିବାସୀ ପିଲାମାନଙ୍କର ଶିକ୍ଷାର ବ୍ୟବସ୍ଥା  କରିଛନ୍ତି । ଏଥିଯୋଗୁଁ ଅନେକ  ଶୋଷଣରୁ ରକ୍ଷା ପାଇ ପାରୁଛନ୍ତି ।  ୨୦୧୧ ମସିହାରେ ତାଙ୍କ ଓଡିଶାର ଲିଭଙ୍ଗ ଲିଜେଣ୍ଡ ପୁରସ୍କାର ମିଳିଥିଲା ।

photo courtesy unsung.in

ଏବେ ତୁଳସୀ ମୁଣ୍ଡାଙ୍କୁ ୬୫ ବର୍ଷ । ଏବେ ବି ସେ ସାଧାରଣ ସୁବିଧା ସୁଯୋଗ ପାଉ ନ ଥିବା ପିଲାମାନଙ୍କ ଶିକ୍ଷାର ବ୍ୟବସ୍ଥା ପାଇଁ କାମ କରୁଛନ୍ତି । ୧୯୬୩ ମସିହାରେ ବିନୋବା ଭାବେ ଓଡିଶା ଆସିଥିବା ବେଳେ ତାଙ୍କୁ ତୁଳସୀ ମୁଣ୍ଡା ଭେଟିଥିଲେ ।ତାଙ୍କରି ମାର୍ଗରେ ପ୍ରଭାବିତ ହୋଇ ସେ ଅପହଞ୍ଚ ଇଲାକାରେ ଶିକ୍ଷାର ବ୍ୟବସ୍ଥା  କରାଇଛନ୍ତି ।

ସେ ବିନାବା ଭାବେଙ୍କୁ କଥା ଦେଇଥିଲେ ଜୀବନ ବ୍ୟାପୀ ସମାଜସେବାରେ ଲାଗିବେ । ତାଙ୍କରି ଆଦେଶମାନି ଏବେବି ମାନବ ସେବା ପାଇଁ ନିଜ ଜୀବନକୁ ଉତ୍ସଗ କରିଛନ୍ତି । ପଛୁଆ ଅଞ୍ଚଳ ସରଣ୍ଡାରେ ସେ ନିଜର ବିଦ୍ୟାଳୟ ପ୍ରତିଷ୍ଠା କରିଛନ୍ତି ।  ଏହାର ଆଖ ପାଖର ୧୦୦ କିଲୋମିଟର ମଧ୍ୟରେ ରହୁଥିବା ପିଲାମାନଙ୍କର ଏଥିରୁ ଫାଇଦା ପାଇ ପାରୁଛନ୍ତି । ସେହି ଅଞ୍ଚଳରେ ସେ ତୁଳସୀ ଅପା ଭାବେ ବେଶ୍‌ ପ୍ରସିଦ୍ଧ । ପ୍ରଥମେ ପ୍ରଥମେ ନିଜ ଅଞ୍ଚଳର ଲୋକଙ୍କୁ ଶିକ୍ଷା ଗ୍ରହଣ ବିଷୟରେ ବୁଝାଇବା ବେଶ୍‌ କଠିନ ଥିଲା । ସେ ଖଣିରେ କାମ କରୁଥିବା ଶ୍ରମିକମାନଙ୍କୁ ତାଙ୍କ ପିଲାମାନଙ୍କର ରକ୍ଷଣ ବେକ୍ଷଣ ପାଇଁ ବିଦ୍ୟାଳୟକୁ ଛାଡିବା ପାଇଁ କହିଥିଲେ ।

photo courtesy unsung.in

ସେତେବେଳେ ପନି ପରିବା ଓ ମୁଢି ବିକି ସେ ନିଜର ଗୁଜୁରାଣ ମେଣ୍ଟାଉଥିଲେ । ନିଜେ ପାଠ ପଢି ଜାଣି ନଥିଲେ ବି ସମାଜର ପଛୁଆ ବର୍ଗ କିପରି ଶିକ୍ଷିତ ହୋଇ ପାରିବେ ସେଥିପାଇଁ କାମ କରିଥିଲେ । ଲୋକଙ୍କ ବିଶ୍ୱାସ ଜିତିବାପରେ  ସରଣ୍ଡାରେ ଏକ ବିଦ୍ୟାଳୟ ନିର୍ମାଣ କରାଇ ପାରିଥିଲେ । ଆଦିବାସୀ ବିକାଶ ସମିତି ନାମରେ ଏକ ସମାଜସେବୀ ସଂସ୍ଥା ଗଠନ କରିଥିଲେ । ଗ୍ରାମର ଯୁବକମାନେ ବି ପ୍ରାଥମିକ ଶିକ୍ଷା ଗ୍ରହଣ କରିବାକୁ  ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ସେମାନେ ଏଥିପାଇଁ ଆର୍ଥିକ ସହାୟତା ଦେବା ପାଇଁ  ପ୍ରସ୍ତୁତ ବି  ହୋଇଥିଲେ । ଏହାପରେ ଶିକ୍ଷାଦନର ବ୍ୟବସ୍ଥା ପ୍ରସାର ଲାଭ କରିଥିଲା । ଏବେ ସେହି ଅଞ୍ଚଳର ଲୋକ ତୁଳସୀଙ୍କୁ ନିଜ ମାଆ ପରି ସମ୍ମାନ ଦେଉଛନ୍ତି ।

Leave A Reply