ଶୀତ ଦିନିଆ ଫ୍ୟାଶନ ସ୍କାର୍ଫ

0

ଶୀତଦିନେ ସ୍ୱେଟର ଏବଂ ଜ୍ୟାକେଟ ବାଦ୍‌ ସ୍କାର୍ଫ ବି ଷ୍ଟାଇଲିସ ଦେଖାଯିବାରେ ପ୍ରମୁଖ ଭୂମିକା ଗ୍ରହଣ କରେ । ଏପରି କେତେକ ସ୍କାର୍ଫ ରହିଛି ଯାହା ଥଣ୍ଡାରୁ ରକ୍ଷା କରିଥାଏ ଏବଂ ଆଉ କେତେକ ସୌନ୍ଦର୍ଯ୍ୟ ବଢାଏ । ଏବେ ନିଜ ଶୀତ ପୋଷାକରେ ଏସବୁ ସ୍କାର୍ଫ ସଂଗ୍ରହ କରି ପରଖନ୍ତୁ ।

ବ୍ଲାଙ୍କେଟ ସ୍କାର୍ଫ ଖୁବ୍‌ ମୋଟା ଏବଂ ଶୀତରୁ ସୁରକ୍ଷା ଦେବା ଲାଗି ଉଦ୍ଦିଷ୍ଟ। ଏହା ବିଲ୍‌କୁଲ କମ୍ବଳ ପରି।

ଅଧିକ ଥଣ୍ଡା ହେଉଥିଲେ ମୋଟା ଉଲ୍‌ ସ୍କାର୍ଫ ବ୍ୟବହାର କରିପାରିବେ। ଏହା ମଧ୍ୟ ବ୍ଲାଙ୍କେଟ ସ୍କାର୍ଫ ପରି ଉଷୁମ ଦେଇଥାଏ।

ଷ୍ଟାଇଲିସ ଲୁକ୍‌ ପାଇବା ପାଇଁ ଏକ ଛୋଟ ସାଟିନ୍‌ ସ୍କାର୍ଫ ବ୍ୟବହାର କରିପାରନ୍ତି। ଏହାକୁ ନଟ୍‌ କରି ପିନ୍ଧିପାରିବେ।

ସ୍କିନି ସ୍କାର୍ଫ ଏକ୍‌ଦମ ପତଳା। କେବଳ ଶୀତଦିନେ ନୁହେଁ, ଏକାକୁ ଖରାଦିନେ ବି ଷ୍ଟାଇଲ୍‌ ପାଇଁ ବ୍ୟବହାର କରିହେବ। ପାର୍ଟିକୁ ଯାଉଥିଲେ ଟିକେ ଭଲ ଡିଜାଇନ୍‌ର ସ୍କାର୍ଫ ଆପଣଙ୍କ ଲୁକ୍‌କୁ ଅଧିକ ସୁନ୍ଦର କରିପାରିବ।

 

Leave A Reply