ତ୍ୱଚାର ଉପଚାର

ଦାଗ ହଟାଇବା ନିମନ୍ତେ ବିଭିନ୍ନ ପ୍ରକାର କ୍ରିମ୍‍ ବଜାରରେ ଉପଲବ୍ଧ। ସେସବୁକୁ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାରରେ ମଧ୍ୟ ତ୍ୱଚାରୁ ଦାଗ ଦୂର କରିହେବ।
– ନିୟମିତ ୧୫ଦିନ ପାଣିକଖାରୁ ରସକୁ ତ୍ୱଚାରେ ଲଗାଇଲେ ଦାଗ ଦୂର ହୋଇଥାଏ।
– ଖରାଦିନରେ ତରଭୁଜ ବହୁଳ ପରିମାଣରେ ମିଳେ। ତେଣୁ ଏହାର ରସକୁ ତ୍ୱଚାରେ ଲଗାଇବା ସହ ତରଭୁଜ ଖାଇବା ଦ୍ୱାରା ମଧ୍ୟ ତ୍ୱଚା ଉଜ୍ଜଳ ହୁଏ ଓ ଦାଗ ଦୂର ହୁଏ।
– ପାଳଙ୍ଗରେ ମହଜୁଦ୍‍ ଥିବା ଲୌହ ମଧ୍ୟ ତ୍ୱଚା ପାଇଁ ଅତ୍ୟନ୍ତ ଉପକାରୀ। ନିୟମିତ ପାଳଙ୍ଗ ଶାଗ ଖାଇବା ତ୍ୱଚା ପାଇଁ ଉତ୍ତମ।
– ଟମାଟୋ ତ୍ୱଚାକୁ ସୁସ୍ଥ ରଖେ। ଦୈନିକ ସକାଳେ ଟମାଟୋ ରସ ପିଇବା ସହ ବେସନ ପ୍ୟାକ୍‍ରେ ଏହାକୁ ବ୍ୟବହାର କଲେ ଦାଗ ଦୂର ହୁଏ।
– ଦୈନିକ ୧ ଚାମଚ ଅଲିଭ ତେଲ ଓ ବାଦାମ ତେଲକୁ ମିଶାଇ ତ୍ୱଚାରେ ମାଲିସ କଲେ ଦାଗ ଦୂର ହୋଇଥାଏ।
– ଦାଗ ଦୂର କରିବାର ଅନ୍ୟତମ ସରଳ ଉପାୟ ହେଉଛି ଆଳୁ ରସ। ବିଭିନ୍ନ ପ୍ୟାକ୍‍ରେ ଏହା ବ୍ୟବହାର କରିବା ତ୍ୱଚା ପାଇଁ ଲାଭପ୍ରଦ ଅଟେ।
– ଷ୍ଟ୍ରବେରୀରସକୁ ଲଗାଇ ୧୫ ମିନିଟ୍‍ ପରେ ତ୍ୱଚାକୁ ନଖ ଉଷୁମ ପାଣିରେ ଧୋଇନେବେ। ତ୍ୱଚାରେ ଏକ ଚମକ ଆସିବା ସହ ଦାଗ ହାଲକା ହୋଇଥାଏ।

Comments are closed.