ସ୍କିଲ ଇଣ୍ଡିଆର ‘ସ୍କିଲ ସାଥୀ ୟୁଥ କନକ୍ଲେଭ’

0

ଭୁବନେଶ୍ୱର : ସ୍କିଲ ଇଣ୍ଡିଆ ମିଶନ ଅଧୀନରେ ବିବିଧ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଉଦ୍ୟମ ସ୍ୱରୂପ ଦକ୍ଷତା ବିକାଶ ଏବଂ ଉଦ୍ୟଗ ମନ୍ତ୍ରଣାଳୟ ଆସନ୍ତା ସୋମବାର ଭୁବନେଶ୍ୱର ସ୍ଥିତ ରେଲ ଅଡିଟୋରିଅମରେ ‘ସ୍କିଲ ସାଥୀ ୟୁଥ କନକ୍ଲେଭ’ ଆୟୋଜନ କରାଯାଇଛି। ଓଡ଼ିଶାର ଯୁବପୀଢି ଆଗେଇ ଆସି ସେମାନଙ୍କ ଆଗ୍ରହ ଓ ଯୋଗ୍ୟତା ଆଧାରରେ ଦକ୍ଷତା ହାସଲ କରିବା ପାଇଁ ଏମଏସ୍‍ଡିଇ ‘ନୂଆ ଓଡ଼ିଶା-ଧର୍ମପଦ ସମ୍ବାଦ’ ଉପକ୍ରମ ଆରମ୍ଭ କରାଯାଇଛି। ସ୍କିଲ ସାଥୀ ଧନ୍ଦାମୂଳକ ଶିକ୍ଷା ଏବଂ ଉପଲବ୍ଧ ବଜାର ସୁଯୋଗ ସମ୍ପର୍କରରେ ସୂଚନା ପ୍ରଦାନ କରିବା ସହ ମନସ୍ତାତ୍ତ୍ୱିକ ପରୀକ୍ଷଣ ଏବଂ ପ୍ରତ୍ୟକ୍ଷ ପରାମର୍ଶ ସୁବିଧା ଦେଇ ଆଶାୟୀ ମାନଙ୍କୁ ତାଲିମର ଉପଯୁକ୍ତ ଚୟନ ସାଙ୍ଗକୁ ପରବର୍ତ୍ତୀ ପର୍ଯ୍ୟାୟରେ ନିଯୁକ୍ତି ଉଦ୍ୟଗ ସ୍ଥାପନ ସମ୍ପର୍କରେ ମାର୍ଗଦର୍ଶନ କରାଏ।

Leave A Reply