ଏହି ଦିନ ଲାଭ କରନ୍ତୁ ଭଗବାନ ଶିବଙ୍କ କୃପା

0

ଜ୍ୟେଷ୍ଠ ମାସ ଶୁକ୍ଲ ପକ୍ଷ ନବମୀ ତିଥିକୁ ମହେଶ ନବମୀ ରୂପେ ପାଳନ କରାଯାଇଥାଏ। ଆସନ୍ତା ୨୨ତାରିଖ ଶୁକ୍ରବାର ଦିନ ପଡୁଛି ଏହି ପବିତ୍ର ପର୍ବ। ଜ୍ୟୋତିଷଶାସ୍ତ୍ର ଅନୁସାରେ ଏହିଦିନ ଶିବ ଲିଙ୍ଗରେ ୫ଟି ଦ୍ରବ୍ୟ ଯଥା- ବେଲ ପତ୍ର,ଦୁଦୁରା ଫୁଲ,ଭାଙ୍ଗ,ଜଳ ଓ ପଞ୍ଚାମୃତ ଚଢାଇବା ଦ୍ୱାରା ଦୁର୍ଭାଗ୍ୟ ଦୂର ହୋଇଥାଏ ବୋଲି ମାନ୍ୟତା ରହିଛି। ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଏହିଦିନଟି ଅତି ଉତ୍ତମ ଅଟେ। ମାନ୍ୟତା ଅନୁଯାୟୀ ଏହି ତିଥିରେ ଭଗବାନ ଶିବଙ୍କ ଆଶୀର୍ବାଦ ଦ୍ୱାରା ମାହେଶ୍ୱରୀ ସମାଜର ଉତ୍ପତି ହୋଇଥିଲା। ଏହି କାରଣରୁ ମାହେଶ୍ୱରୀ ସମାଜ ପକ୍ଷରୁ ଏହି ପର୍ବ ବିଶେଷ ରୂପେ ପାଳନ କରାଯାଇଥାଏ।


ଭଗବାନ ଶିବଙ୍କୁ ପ୍ରସନ୍ନ କରିବାର ଉପାୟ:
ମହେଶ ନବମୀରେ ଶିବଙ୍କୁ ୨୧ଟି ବେଲ ପତ୍ରରେ ଲାଲ ସିନ୍ଦୁରରେ ଓଁ ଲେଖି ଅର୍ପଣ କରନ୍ତୁ।
ଶିବ ପୁରାଣ ଅନୁସାରେ ଏହି ଦିନ ଶିବଙ୍କୁ ଦୁଦୁରା ଫୁଲ ଚଢାଇଲେ ବିଶେଷ ଲାଭ ମିଳିଥାଏ।
ଭଗବାନ ଶିବଙ୍କର ଭାଙ୍ଗ ପ୍ରିୟ ଅଟେ। ଭାଙ୍ଗ ଚଢାଇବା ଦ୍ୱାରା ଶିବଙ୍କ କୃପା ପ୍ରାପ୍ତ ହୋଇଥାଏ।
ମହେଶ ନବମୀ ଦିନ ଶିବ ଲିଙ୍ଗରେ ଜଳାଭିଷେକ କରିବା ଦ୍ୱାରା ରୋଗରୁ ମୁକ୍ତି ମିଳିଥାଏ।


ଶିବଲିଙ୍ଗରେ ପଞ୍ଚାମୃତ ଚଢାଇଲେ ମନୋକାମନା ପୂର୍ଣ୍ଣ ହୋଇଥାଏ।
ଘରର ପୂଜା ସ୍ଥାନରେ ରୁଦ୍ର ଯନ୍ତ୍ର ସ୍ଥାପନ କରନ୍ତୁ। ପ୍ରତିଦିନ ବିଧି ଅନୁସାରେ ପୂଜା କରନ୍ତୁ।
ଶାରୀରିକ ପୀଡା ଦୂର କରିବା ପାଇଁ ଶିବ ଲିଙ୍ଗକୁ ଗୁଆଘିଅରେ ଅଭିଷେକ କରନ୍ତୁ।
କୌଣସି ଦୁରାରୋଗ୍ୟ ରୋଗରେ ପୀଡ଼ିତ ଥିଲେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।

Leave A Reply