ପୁଲିସ-ବିରୋଧୀ ସଂଘର୍ଷ ପରେ ହଂକଂରେ ଉତ୍ତେଜନାମୂଳକ ପରିସ୍ଥିତି

ଚୀନ୍‍: ଚୀନ୍‍ ୟୁନିଭରସିଟି କ୍ୟାମ୍ପସରେ ଗତ ରାତିସାରା ଗଣତନ୍ତ୍ର ବିରୋଧୀ ସମର୍ଥକ ଓ ପୁଲିସ୍‍ ମଧ୍ୟରେ ସଂଘର୍ଷ ପରେ ଆଜି ତୃତୀୟଦିନ ପାଇଁ ହଂକଂରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଛି। ସୋମବାର ଦିନ ଜଣେ ବିକ୍ଷୋଭକାରୀକୁ ପୁଲିସ୍‍ ଗୁଳି କରିବା ଏବଂ ଅନ୍ୟ ଜଣେ ଆତ୍ମଦାହ ଘଟଣା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ବିରୋଧୀମାନେ ସେମାନଙ୍କ ନେତା ଚୟନ ପାଇଁ ସ୍ୱାଧୀନତା ଦାବି କରିବା ସହ ପୁଲିସ୍‍ ଅତ୍ୟାଚାରର ସ୍ୱତନ୍ତ୍ର ତଦନ୍ତ ପାଇଁ ଦାବି କରିଛନ୍ତି। କିନ୍ତୁ ଚୀନ ବିରୋଧୀମାନଙ୍କ କୌଣସି ଦାବି ଗ୍ରହଣ କରିବାକୁ ପ୍ରତ୍ୟାଖ୍ୟାନ କରିଛି ଏବଂ ସେମାନଙ୍କ ବିରୁଦ୍ଧରେ କଡ଼ା ପଦକ୍ଷେପ ନେବାକୁ ଚେତାବନୀ ଦେଇଛି।

Comments are closed.