ଶାନ୍ତିପୂର୍ଣ ରହିଛି କାଶ୍ମୀର

ଶ୍ରୀନଗର: ଶ୍ରୀନଗର ଜିଲ୍ଲାରେ ସୋମବାର ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ଖୋଲା ଯାଇଥିବା ବେଳେ ଆସନ୍ତାକାଲି ଅର୍ଥାତ ବୁଧବାର ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସୂଚନା ଓ ଲୋକସଂପର୍କ ନିର୍ଦ୍ଦେଶକ ସୟଦ୍‍ ଶେରିଶ୍‍ ଅସ୍‍ଗର ଶ୍ରୀନଗରଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ କାଶ୍ମୀର ଉପତ୍ୟକାରେ ସବୁ ସରକାରୀ କାର୍ଯ୍ୟାଳୟ ଖୋଲିଛି ଓ ସ୍ୱାଭାବିକ ଭାବେ କାର୍ଯ୍ୟ ଚାଲିଛି।

ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ସବୁ କର୍ମଚାରୀମାନେ ଯୋଗଦେଇଥିବାରୁ ବୁଧବାରଠାରୁ କାଶ୍ମୀର ଉପତ୍ୟକାରେ ମାଧ୍ୟମିକ ବିଦ୍ୟାଳୟ ଖୋଲାଯିବ। ଶ୍ରୀନଗର ସଚ୍ଚିବାଳୟରେ ଶତକଡା ୯୮ଭାଗ କର୍ମଚାରୀଙ୍କ ଉପସ୍ଥାନ ରହିଛି। ସୋମବାର କାଶ୍ମୀର ଉପତ୍ୟକାର କୌଣସି ସ୍ଥାନରେ ଆଇନ୍‍ଶୃଙ୍ଖଳା ଭଙ୍ଗ ଘଟଣା ଘଟିନଥିବାରୁ ଜାମ୍ମୁ ଓ କାଶ୍ମୀର ପରିସ୍ଥିତି ଶାନ୍ତିପୂର୍ଣ୍ଣ ଥିବାର ଜଣାପଡ଼ିଛି।

Comments are closed.