ଶିଶୁ-କିଶୋର ପତ୍ରିକା ‘ଆଜିର ପିଲା’ ଉନ୍ମୋଚିତ

କଟକ : ଏକ ନୂତନ ଶିଶୁ-କିଶୋର ପତ୍ରିକା ‘ଆଜିର ପିଲା’ କଟକର ଚାଉଳିଆଗଞ୍ଜ ସ୍ଥିତ ଉତ୍କଳମଣି ଶିଶୁ ଶିକ୍ଷା ମନ୍ଦିରରେ ରବିବାର ଉନ୍ମୋଚିତ ହୋଇଯାଇଛି। ଏହି ଉତ୍ସବରେ ଉଦଘାଟକ ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ସଂଜେୟ କେତନ ସ୍ବାଇଁ ଯୋଗ ଦେଇଥିଲେ। ମୁଖ୍ୟ ଉପଦେଷ୍ଟା ଡ. ଦେବୀ ପ୍ରସନ୍ନ ବାରିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ ପଣ୍ଡିତ ଚୈତନ୍ୟ ସାହୁ, ସାମ୍ବାଦିକ ରବିନାରାୟଣ ଦାସ, ସାହିତ୍ୟିକ ରବୀନ୍ଦ୍ର ସେଠୀ ଓ ସମ୍ପାଦକ ଡ.ନିରଞ୍ଜନ ସାହୁ । ସହ ସମ୍ପାଦକ ରବୀନ୍ଦ୍ର ବେହେରା ଅତିଥି ମାନଙ୍କୁ ସ୍ବାଗତ କରିଥିଲେ। ସଭ୍ୟ ଅଶ୍ବିନୀ ସେଠୀ ଅତିଥି ପରିଚୟ ପ୍ରଦାନ କରି କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ ସମବେତ ସଙ୍ଗୀତ ଗାନ କରିଥିଲେ। ସମ୍ପାଦକ ଡ. ନିରଞ୍ଜନ ସାହୁ ବିବରଣୀ ପାଠ କଲାପରେ ଉପଦେଷ୍ଟା ସୁଧୀର ନାୟକ ଓ  ତପନ ସ୍ବାଇଁ ପତ୍ରିକା ସମ୍ପର୍କରେ ସୂଚନା ଦେଇଥିଲେ। ଶେଷରେ ପରିଚାଳନା ସମ୍ପାଦକ ପ୍ରଦୀପ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.