ବୋମା ଗୁଜବକୁ ନେଇ ଜରୁରୀ ଅବତରଣ କଲା ବିମାନ

0

ନୂଆଦିଲ୍ଲୀ : ଏକ ଗୁଜବକୁ ନେଇ ମୁମ୍ବାଇରୁ ସିଙ୍ଗାପୁର ଯାଉଥିବା ସିଙ୍ଗାପୁର ଏୟାରଲାଇନ୍ସର ବିମାନରେ ହଇଚଇ ସୃଷ୍ଟି ହୋଇଛି । ଫଳରେ ବିମାନକୁ ଜରୁରୀ ଅବତରଣ କରିବାକୁ ପଡିଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି । ସୂଚନାଯୋଗ୍ୟ, ସିଙ୍ଗାପୁର ଏୟାରଲାଇନ୍ସର ଏସକ୍ୟୁ ବିମାନ-୪୨୩ ସ୍ଥାନୀୟ ସମୟ ଅନୁସାରେ ୧୧.୩୫ରେ ମୁମ୍ବାଇରୁ ଉଡାଣ ଭରିଥିଲା। ଉଡାଣ ଭରିବାର ମାତ୍ର କିଛି ସମୟ ପରେ ବିମାନରେ ବୋମା ରହିଥିବା ନେଇ ଏକ ଫୋନ କଲ୍ ଆସିଥିଲା । ସୂଚନା ମିଳିବା ପରେ ସିଙ୍ଗାପୁର ପାଇଲଟ୍ ବିମାନକୁ ସୁରକ୍ଷିତ ଭାବରେ ଅର୍ନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଅବତରଣ କରିଥିଲେ । ଏହି ବିମାନରେ ୨୬୩ ଜଣ ଯାତ୍ରୀ ଥିଲେ । କିନ୍ତୁ ବିମାନ ବନ୍ଦରର ଅଧିକାରୀମାନେ ଯାଞ୍ଚ କରିବା ପରେ ଏହି ସୂଚନା ଗୁଜବ ବୋଲି ଜଣାପଡିଥିଲା। ଯାଞ୍ଚ ବେଳେ ବିମାନ ବନ୍ଦରର ଅଧିକାରୀମାନେ ଜଣେ ମହିଳା ଓ ଶିଶୁକୁ ଅଟକ ରଖି ପଚରାଉଚରା ଚଳାଇଛନ୍ତି ।

Leave A Reply