ଫାଇନାଲ୍‍ରେ ହାରିଲେ ସିନ୍ଧୁ

0

ନୂଆଦିଲ୍ଲୀ: ଭାରତୀୟ ମହିଳା ବ୍ୟାଡ୍‍ମିଣ୍ଟନ୍‍ ତାରକା ତଥା ଅଲିମ୍ପିକ୍‍ ରୌପ୍ୟ ପଦକ ବିଜେତା ପି ଭି ସିନ୍ଧୁ ବିଶ୍ୱ ବ୍ୟାଡ୍‍ମିଣ୍ଟନ୍‍ ଚମ୍ପିଆନ୍‍ସିପ୍‍ ଫାଇନାଲ୍‍ରେ ହାରି ଯାଇଛନ୍ତି। ଏହି ପରାଜୟ ସହିତ ସିନ୍ଧୁଙ୍କୁ ପୁଣି ଥରେ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଗତ ବର୍ଷ ମଧ୍ୟ ବିଶ୍ୱ ବ୍ୟାଡ୍‍ମିଣ୍ଟନ୍‍ ଚମ୍ପିଆନ୍‍ସିପ୍‍ରେ ସିନ୍ଧୁ ଫାଇନାଲ୍‍ରେ ହାରି ଯାଇଥିଲେ।
ଆଜି ନାନ୍‍ଜିଙ୍ଗରେ ଅନୁଷ୍ଠିତ ଫାଇନାଲ୍‍ ମ୍ୟାଚ୍‍ରେ ସ୍ପେନ୍‍ର ଟେନିସ୍‍ ତାରକା କାରୋଲିନା ମାରିନ୍‍ ସିନ୍ଧୁଙ୍କୁ ସିଧାସଳଖ ୨୧- ୧୯, ୨୧-୧୦ ସେଟ୍‍ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ। ମାତ୍ର ୪୬ ମିନିଟରେ ଖେଳ ସମାପ୍ତି ହୋଇଥିଲା। ମାରିନ୍‍ ବିଶ୍ୱର ଏକମାତ୍ର ମହିଳା ଭାବରେ ତୃତୀୟ ଥର ପାଇଁ ବିଶ୍ୱ ଚମ୍ପିଆନ୍‍ ଟାଇଟେଲ୍‍ ଜିତିବାର ଗୌରବ ଅର୍ଜନ କରିଛନ୍ତି। ଏହାପୂର୍ବରୁ ୨୦୧୪ ଓ ୨୦୧୫ରେ ମାରିନ୍‍ ବିଶ୍ୱ ଚମ୍ପିଆନ୍‍ ହେବା ସହିତ ରିଓ ଅଲିମ୍ପିକ୍‍ରେ ସିନ୍ଧୁଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ବିଜୟିନୀ ହୋଇଥିଲେ।

Leave A Reply