ଭାରତୀୟ ବଜାରକୁ ଆସିଲା ୩୯ଇଞ୍ଚର ଶସ୍ତା ଏଲଇଡି ଟିଭି

0

ନୂଆଦିଲ୍ଲୀ : ଶିଙ୍କୋ ଇଣ୍ଡିଆ ଭାରତୀୟ ବଜାରରେ ତାର ନୂଆ ଲଇଡି ଟିଭି ଏସଓ୪ଏ ଲଞ୍ଚ କରିଛି। ଶିଙ୍କୋ ଇଣ୍ଡିଆର ଏହି ଟିଭିରେ ୩୯ଇଞ୍ଚର ଡିସପ୍ଲେ ରହିଛି। ଯାହା ୪କେ ଭିଡିଓକୁ ମଧ୍ୟ ସପୋର୍ଟ କରିଥାଏ। ଏହି ଟିଭିରେ ଆପଣ ପବଜି ଏବଂ ଏକ୍ସବକ୍ସ ଭଳି ଗେମ ଖେଳିପାରିବେ। ଆମାଜନ ଇଣ୍ଡିଆରେ ଏହି ଟିଭି ଉପଲବ୍ଧ ରହିଛି।

courtesy-amazon.in

ଏହି ଟିଭିରେ ଏପ୍ଲସ ଗ୍ରେଡର ଡିସପ୍ଲେ ପ୍ୟାନେଲ ରହିଛି। ଏହାବ୍ୟତୀତ ଏଥିରେ ୨୦ୱାଟର ସ୍ପିକର ଦିଆଯାଇଛି। ସଂଯୋଗ ପାଇଁ ଏଥିରେ ୨ୟୁଏସବି ଏବଂ ୨ଏଚଡିଏମଆଇ ପୋର୍ଟ ମିଳିଥାଏ। ଏହାବ୍ୟତୀତ ଏଥିରେ ସ୍କାର୍ଟ ସେନସର ଦ୍ବାରା ସଂଞ୍ଚାଳିତ ଏନର୍ଜି ସେଭିଙ୍ଗ ଫିଚର ମିଳିଥାଏ।
ଏହି ଟିଭିର ମୂଲ୍ୟ ୧୩ହଜାର ୯୯୦ଟଙ୍କା। ଟିଭିର ସେଟଅପ ପାଇଁ ଆପଣଙ୍କୁ ଶିଙ୍କୋ ଆପ୍ ଡାଉନଲୋଡ କରିବାକୁ ପଡିବ। ଏହି ଟିଭିରେ ଆପଣଙ୍କୁ ବ୍ଲୁଟୁଥର ସପୋର୍ଟ ମଳିବ ନାହିଁ। ଏଥିରେ ଆପଣଙ୍କୁ ମଧ୍ୟ ୱାଇ-ଫାଇର ସପୋର୍ଟ ମଳିବ ନାହିଁ। ମାତ୍ର ଆପଣ ପେନଡ୍ରାଇଭ ସାହାର୍ୟ୍ୟରେ ଏଥିରେ ଭିଡିଓ ଦେଖିପାରିବେ। ଏହି ଟିଭିରେ ୧ବର୍ଷର ୱାରେଣ୍ଟି ରହିଛି।

Leave A Reply