ସ୍ୱାସ୍ଥ୍ୟ ପାଇଁ ଉପକାରୀ ସିମଲା ଲଙ୍କା

0

ସିମଲା ଲଙ୍କା ଏପରି ଏକ ପରିବା ଯେକୌଣସି ତରକାରୀରେ ପକାଇଲେ ଏହାର ସ୍ୱାଦ ବଢିଯାଏ। ମାତ୍ର କେତେକ ଲୋକେ ଏହାକୁ ଖାଇବାକୁ ପସନ୍ଦ କରିନଥାଆନ୍ତି। ଶରୀର ପାଇଁ ଏହାର ଉପକାରିତା ବିଷୟରେ ଜାଣିବା ପରେ ଏହାକୁ ସଭିଁଏ ନିଶ୍ଚୟ ଖାଇବେ। ଏହା ଶରୀର ପାଇଁ ଖୁବ ଲାଭଦାୟକ ଅଟେ। ଶରୀରକୁ ଏହା ସୁସ୍ଥସବଳ ରଖିଥାଏ। ଜାଣନ୍ତୁ ଏହା ଶରୀର ପାଇଁ ଏହାର ଉପକାରିତା ….
ଏଥିରେ ଭିଟାମିନ ଏ , ସି, ଅଧିକ ପରିମାଣରେ ଥାଏ।
ଏଥିରେ ଥିବା ପୋଷକ ତତ୍ତ୍ୱ ହେତୁ ଏହାକୁ ଖାଇବା ଦ୍ୱାରା ହୃହୟଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ।
ଏହା ଶରୀରରେ ରକ୍ତ ସଞ୍ଚାଳନକୁ ମଧ୍ୟ ସୂଚାରୁ ରୂପେ କରିଥାଏ।
ଏହାକୁ ଖାଇବା ଦ୍ବାରା ଖାଦ୍ୟ ଭଲ ଭାବେ ହଜମ କରିଥାଏ।
କର୍କଟ ରୋଗ (କ୍ୟାନସର) ଠାରୁ ମଧ୍ୟ ଶରୀରକୁ ଦୂରରେ ରଖେ।
ସିମଲା ଲଙ୍କା ଶରୀରକୁ ଉପଯୁକ୍ତ ପରିମାଣରେ ଆଇରନ ଯୋଗାଇଥାଏ।
ସିମଲା ଲଙ୍କା ପ୍ରାକୃତିକ ପିଡ଼ା ନିବାରଣ କାରୀ (ପେନକ୍ଲିୟର) ଅଟେ। ଏହାକୁ ଖାଇବା ଦ୍ୱାରା ଶରୀରର ବିଭିନ୍ନ ସ୍ଥାନରେ ହେଉଥିବା ଯନ୍ତ୍ରଣା ଦୂର ହୋଇଥାଏ।
ଏଥିରେ କମ ପରିମାଣରେ କ୍ୟାଲୋରୀ ଥାଏ।
ଏହାକୁ ଖାଇବା ଦ୍ୱାରା ମୋଟାପଣ ମଧ୍ୟ ଦୂର ହୋଇଥାଏ।

Leave A Reply