ସିମ୍ବାରେ ଅଜୟଙ୍କ ଝଲକକୁ ନେଇ ଖୁସି ନୁହେଁ ରଣବୀର

0

ମୁମ୍ବଇ : ଚଳଚ୍ଚିତ୍ର ସିମ୍ବାରେ ଅଜୟଙ୍କ ଝଲକକୁ ନେଇ ରଣବୀର ଖୁସି ନଥିବା ଜଣାପଡିଛ। କିଛି ଦିନ ତଳେ ତାଙ୍କ ଅଭିନୀତ ସିମ୍ବାର ଟ୍ରେଲର ରିଲିଜ ହୋଇଥିଲା। ଯାହାକୁ ଦର୍ଶକ ବେଶ୍‍ ପସନ୍ଦ କରିଛନ୍ତି। ଏହି ଚଳଚ୍ଚିତ୍ରରେ ରଣବୀରଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ‘ସାରା ଅଲି ଖାନ’। ରିଲିଜ ହୋଇଥିବା ଏହି ଚଳଚ୍ଚିତ୍ରର ଟ୍ରେଲରରେ ଅଜୟ ଦେବଗନଙ୍କ ଏକ ଝଲକ ମଧ୍ୟ ନଜର ଆସିଛିି। ଏବେ ଖବରଆସିଛି ଚଳଚ୍ଚିତ୍ରରେ ଅଜୟଙ୍କ ଏହି ଝଲକକୁ ନେଇ ରଣବୀର ଖୁସି ନାହାଁନ୍ତି।
ଡିଏନଏର ରିପୋର୍ଟ ଅନୁସାରେ ଟ୍ରେଲର ଲଞ୍ଚ ହେବା ସମୟରେ ରଣବୀର ଖୁସିନଥିଲେ। କାରଣ ଟ୍ରେଲରର ଶେଷ ଆଡକୁ ସିଂଘମ ଅଜୟ ଦେବଗନ୍‍ଙ୍କର ଏଣ୍ଟ୍ରିରେ ସେ ଖୁସିନଥିଲେ। କାରଣ ସେ ନଜର ଆସିବା ଦ୍ୱାରା ଦର୍ଶକ ମାନଙ୍କ ଧ୍ୟାନ ଅଜୟଙ୍କ ଉପରକୁ ଚାଲିଯାଇଛି। ଯାହାକୁ ରଣବୀର ପସନ୍ଦ କରିନାହାନ୍ତି।
ନିକଟରେ ଦୀପିକା ପାଦୁକୋନଙ୍କ ସହ ବିବାହ ବନ୍ଧନରେ ବନ୍ଧା ହେବା ପରେ ରଣବୀର ସିଂହ ଏବେ ନିଜର କାମ ଆରମ୍ଭ କରିଦେଇଛନ୍ତି। ସେ ଏବେ ସିମ୍ବାର ପ୍ରମୋସନରେ ବ୍ୟସ୍ଥ ଅଛନ୍ତି। ଏହି ଚଳଚ୍ଚିତ୍ରରେ ନିର୍ଦେଶନା ଭାର ତୁଲାଇଛନ୍ତି ରୋହିତ ଶେଠି। ଚଳଚ୍ଚିତ୍ରର ଟ୍ରେଲର ରିଲିଜ ହେବାପରେ ତାର ଏକ ଗୀତ ‘ଆଖଁ ମାରେ’ ରିଲିଜ ହୋଇଥିଲା, ଯାହାକୁ ଦର୍ଶକ ମାନେ ବେଶ ପସନ୍ଦ କରିଛନ୍ତି। ଏହା ୯୦ଦଶକର ଏକ ଗୀତର ରେମିକ୍ସ। ଏହି ଗୀତରେ ରଣବୀର ଓ ସାରା ନାଚୁଥିବା ନଜର ଆସିଛନ୍ତି। ଏହା ସାରାଙ୍କର ଦ୍ୱିତୀୟ ଚଳଚ୍ଚିତ୍ର। ଏହାପୂର୍ବରୁ ତାଙ୍କର କେଦାରନାଥ ଚଳଚ୍ଚିତ୍ର ରିଲିଜ ହୋଇ ସାରିଛି।

Leave A Reply