ସିକିମରେ ‘ଗୋଟିଏ ପରିବାର, ଗୋଟିଏ ଚାକିରି’ ଯୋଜନାର ଶୁଭାରମ୍ଭ

0

ଗାଙ୍ଗଟକ୍‍ : ସିକିମରେ ଏଣିକି ପ୍ରତ୍ୟେକ ପରିବାରର ଜଣକୁ ସରକାରୀ ଚାକିରି ଦିଆଯିବ। ଏଥିପାଇଁ ଶନିବାର ‘ଗୋଟିଏ ପରିବାର, ଗୋଟିଏ ଚାକିରି’ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ପବନ କୁମାର ଚାମ୍ବଲିଙ୍ଗ। ଯେଉଁ ପରିବାରର କୌଣସି ସଦସ୍ୟ ଚାକିରି ସରକାରୀ ଚାକିରି କରିନାହାନ୍ତି, ସେମାନେ ଏହି ଯୋଜନାର ଫାଇଦା ନେଇପାରିବେ। ଏହି ଯୋଜନା ଶୁଭାରମ୍ଭ ଅବସରରେ କୃଷିକ୍ଷେତ୍ରରେ ଥିବା ଋଣ ମଧ୍ୟ ଛାଡ଼ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ପଲଜୋର ଷ୍ଟାଡ଼ିୟମରେ ଆୟୋଜିତ ରୋଜଗାର ମେଳା-ଅବସରରେ ମୁଖ୍ୟମନ୍ତ୍ରୀ ଚାମ୍ବଲିଙ୍ଗ ରାଜ୍ୟର ୩୨ଟି ବିଧାନସଭାର ଦୁଇ ଜଣ ଲୋକଙ୍କୁ ନିଜେ ଅସ୍ଥାୟୀ ନିଯୁକ୍ତି ପତ୍ର ନେଇଥିଲେ। ମୋଟ ୧୧, ୭୭୨ ଲୋକଙ୍କ ପାଇଁ ନିଯୁକ୍ତି ପ୍ରମାଣପତ୍ର ଜାରି କରାଯାଇଥିଲା। ପୂର୍ବରୁ ସିକିମ ସରକାର ଯୁବକଯୁବତୀଙ୍କୁ ଏହି ଯୋଜନାରେ ତୁରନ୍ତ ଚାକିରି ଦେବାକୁ ଘୋଷଣା କରିଥିଲେ। ବାକି ପରିବାରକୁ ତୁରନ୍ତ ନିଯୁକ୍ତି ପତ୍ର ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ ପ୍ରକାଶ କରିଥିଲେ। ତେବେ ଏହି ଯୋଜନା ଲାଗୁ କରିବାରେ ଦେଶରେ ସିକିମ ହେଉଛି ପ୍ରଥମ ରାଜ୍ୟ।

Leave A Reply