୩୪ ବର୍ଷରେ ପାଦ ଦେଲେ ଧାୱନ୍‌ : ଜନ୍ମଦିନ ଅବସରରେ ବିଭିନ୍ନ ମହଲରୁ ଶୁଭେଚ୍ଛା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ ଦଳର ବରିଷ୍ଠ ଓପନର୍‌ ଶିଖର ଧାୱନ୍‌ ଗୁରୁବାର ୩୪ ବର୍ଷ ବୟସରେ ପାଦ ଦେଇଛନ୍ତି। ସାଙ୍ଗସାଥୀ ଓ ପ୍ରଶଂସକଙ୍କ ମହଲରେ ଗବର୍‌ ଭାବେ ଜଣାଶୁଣା ଧାୱନ୍‌ ବିସ୍ଫୋରକ ଶୈଳୀରେ ବ୍ୟାଟିଂ କରିବା ପାଇଁ ବେଶ୍‌ ପରିଚିତ। ସେ ଭାରତ ତରଫରୁ ୩୪ଟି ଟେଷ୍ଟ, ୧୩୩ଟି ଦିନିକିଆ ଓ ୫୬ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିଛନ୍ତି।
ଜନ୍ମଦିନ ଅବସରରେ ଧାୱନ୍‌ଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳିଛି। ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମରା, ସ୍ପିନର ୟୁଜବେନ୍ଦ୍ର ଚହଲ୍‌, କୁଲଦୀପ ଯାଦବ, ବ୍ୟାଟସମ୍ୟାନ୍‌ ସୁରେଶ ରୈନା, ଆଇସିସି ଓ ବିସିସିଆଇ ତରଫରୁ ଧାୱନ୍‌ଙ୍କୁ ଜନ୍ମଦିନର ଶୁଭକାମନା ଜ୍ଞାପନ କରାଯାଇଛି।

Comments are closed.