ସିଧୁଙ୍କ ମୁଣ୍ଡ ପାଇଁ ୫ ଲକ୍ଷ ଟଙ୍କା ପୁରସ୍କାର

0

ଲକ୍ଷ୍ନୌ : ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ ସିଂହ ସିଧୁଙ୍କ ମୁଣ୍ଡ ପାଇଁ ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଛି। ରାଷ୍ଟ୍ରୀୟ ବଜରଙ୍ଗ ଦଳର ଏପରି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ଯାଇଥିିବା ସିଧୁ ସେଠାରେ ପାକ୍‌ ସେନା ମୁଖ୍ୟ ଜେନେରାଲ କ୍ବାମାର ଜାଭେଦ ବଜୱାଙ୍କୁ ଆଲିଙ୍ଗନ କରିବା ନେଇ ବିବାଦ ଦେଖାଯାଇଛି। ତେବେ ଏହି ବିବାଦରେ ନିଆଁ ଢ଼ାଳିଛି ରାଷ୍ଟ୍ରୀୟ ବଜରଙ୍ଗ ଦଳର ଆଗ୍ରା ଶାଖା। ରାଷ୍ଟ୍ରୀୟ ବଜରଙ୍ଗ ଦଳ, ଆଗ୍ରା ଶାଖାର ସଭାପତି ସଞ୍ଜୟ ଜାଟ୍‌ଙ୍କ ଭାଇରାଲ ହୋଇଥିବା ଏକ ଭିଡିଓକୁ ନେଇ ଏବେ ଚର୍ଚ୍ଚା। ଏହି ଭିଡିଓରେ ଯିଏ ସିଧୁ ମୁଣ୍ଡ ଆଣି ଦେବ ତାଙ୍କୁ ୫ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବଲି ଶ୍ରୀ ଜାଟ୍‌ କହୁଥିବା ଭିଡ଼ିଓରେ ଦେଖିବାକୁ ମିଳିଛି। ସଞ୍ଜୟ ଜାଟ୍‌ ଅଭିଯୋଗ କରିଛନ୍ତି ଯେ ଇମ୍ରାନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇ ସିଧୁ ଭାରତୀୟମାନଙ୍କୁ ଧୋକା ଦେଇଛନ୍ତି। ଜାଟ୍‌ ଅଭିଯୋଗ କରିଛନ୍ତି ଯେ ଭାରତୀୟ ସେନାର ରକ୍ତପିପାସୁ ଏକ ସରକାରଙ୍କୁ ସିଧୁ ସମର୍ଥନ କରିଛନ୍ତି। ସିଧୁ ଏହା କରି ଜଣେ ଶିଖ ଭାବେ ଗୁରୁ ଗୋବିନ୍ଦ ସିଂହଙ୍କ ଶିକ୍ଷାକୁ ଅବମାନନା କରିଛନ୍ତି ବୋଲି ଶ୍ରୀ ଜାଟ୍‌ ଅଭିଯୋଗ କରିଛନ୍ତି।

Leave A Reply