କରତାରପୁର କରିଡର ଉଦ୍‌ଘାଟନ ଉତ୍ସବ : ସିଧୁଙ୍କୁ ପାକିସ୍ତାନ ସରକାରଙ୍କ ନିମନ୍ତ୍ରଣ

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇ ବିବାଦ ଘେରକୁ ଆସିଥିବା ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ ସିଂହ ସିଧୁଙ୍କୁ ପୁଣି ଥରେ ପାକିସ୍ତାନ ସରକାର ନିମନ୍ତ୍ରଣ କରିଛନ୍ତି। ନଭେମ୍ବର ୯ ତାରିଖରେ ପାକିସ୍ତାନ ସରକାର କରତାରପୁର କରିଡରର ଉଦ୍‌ଘାଟନ କରିବାକୁ ଯାଉଥିବାବେଳେ ଏହି ଉତ୍ସବକୁ ସିଧୁଙ୍କୁ ନିମନ୍ତ୍ରଣ କରିଛନ୍ତି। ଇମ୍ରାନ ଖାଁଙ୍କ ନିର୍ଦେଶକ୍ରମେ ସାଂସଦ ଫୈଜଲ ଜାଭେଦ ଖାଁ ଟେଲିଫୋନ ଯୋଗେ ସିଧୁଙ୍କ ସହିତ କଥା ହୋଇ ନିମନ୍ତ୍ରଣ ଜଣାଇଛନ୍ତି। ଭାରତର ପଞ୍ଜାବ ପ୍ରଦେଶର ଦରବାର ସାହିବ ଗୁରୁଦ୍ବାର ଓ ପାକିସ୍ତାନର କରତାରପୁର ସାହିବକୁ ସଂଯୋଗ କରୁଥିବା କରତାରପୁର କରିଡର ମଧ୍ୟ ଦେଇ ଉଭୟ ଦେଶର ତୀର୍ଥଯାତ୍ରୀ ଯାତାୟାତ କରିବେ। ଶିଖ ଧର୍ମ ପ୍ରତିଷ୍ଠାତା ଗୁରୁ ନାନକ ଦେବଙ୍କ ୫୫୦ ତମ ଜୟନ୍ତୀରେ ଏହି କରିଡର କାର୍ଯ୍ୟକ୍ଷମ ହେବ। ନଭେମ୍ବର ୮ରେ କରିଡରର ଭାରତ ପାର୍ଶ୍ବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିବେ।

Comments are closed.