ଜଗନ୍ନାଥଙ୍କ ଅଜା ସିଦ୍ଧ ବଳରାମଙ୍କର ରଥଯାତ୍ରା

0

ସୁଆଣ୍ଡୋ: ମହାପ୍ରଭୁ  ଶ୍ରୀ ଜଗନ୍ନାଥଙ୍କର  ଅଜା ରୂପେ ମାନ୍ୟତା ପାଇଥିବା, ସତ୍ୟବାଦୀ ବକୁଳବନ ନିକଟରେ ବହୁ କାଳରୁ ପୂଜାପାଇ ଆସୁଥିବା ସିଦ୍ଧବଳରାମଙ୍କ ରଥଯାତ୍ରା ଶନିବାରରେ ଅନୁଷ୍ଠିତ ହୋଇଯାଇଛି । ରଥ ଯାତ୍ରାର ନୀତି କାନ୍ତି ଶେଷ ହେବା ପରେ ସିଦ୍ଧ ବଳରାମଙ୍କୁ ସୁସଜ୍ଜିତ ରଥରେ ବିଜେ କରାଯାଇଥିଲା । ସେବାୟତମାନେ ଠାକୁରଙ୍କୁ ରଥରେ ବିଜେ କରାଇଥିଲେ । ରଥରେ ଆଳତୀ ଶେଷ ହେବା ପରେ  ଆନନ୍ଦ ଉଲ୍ଲାସର ସହ ଭକ୍ତମାନେ ରଥକୁ ଟାଣି ନେଇଥିଲେ । ଏହି ରଥଯାତ୍ରାକୁ ସୁରୁଖୁରରେ ପରିଚାଳନା କରିବା ପାଇଁ ମନ୍ଦିର ପରିଚାଳନା କମିଟି ସହ ସ୍ଥାନୀୟ ପୁଲିସ ପ୍ରଶାସନ ସହଯୋଗ କରିଥିଲେ ।

Leave A Reply