ମହାରାଷ୍ଟ୍ରରେ ସରକାର ଗଢ଼ିବ ଶିବସେନା, ସମର୍ଥନ ଦେବ କଂଗ୍ରେସ

ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଗତକାଲି ଆମନ୍ତ୍ରଣ ପାଇବା ପରେ ଆଜି ଶିବସେନା ରାଜ୍ୟପାଳ ଭଗତ ସିଂହ କୋସିଆରିଙ୍କୁ ସାକ୍ଷାତ କରିଛନ୍ତି। ସାକ୍ଷାତ ସମୟରେ କଣ ଆଲୋଚନା ହୋଇଛି ଯଦିଓ ସେ ସମ୍ପର୍କରେ ବିସ୍ତୃତ ଖବର ପାଇଁ ଅପେକ୍ଷା କରାଯାଉଛି କିନ୍ତୁ ଇତି ମଧ୍ୟରେ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମହାରାଷ୍ଟ୍ରରେ ନିର୍ବାଚନରେ ବିଜୟୀ ହୋଇଥିବା ବିଧାୟକମାନଙ୍କ ସର୍ତ୍ତ ଗ୍ରହଣ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ମହାରାଷ୍ଟ୍ର କଂଗ୍ରେସ ତାର ବିଧାୟକମାନଙ୍କୁ ଛତିଶଗଡ଼ରେ ଏକ ହୋଟେଲରେ ରଖିଥିଲା ଓ ଏବେ ସେମାନଙ୍କୁ ମହାରାଷ୍ଟ୍ର ଅଣାଯାଉଥିବା ଖବର ମିଳିଛି। ଅନ୍ୟ ପକ୍ଷରେ ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି, କଂଗ୍ରେସ ସହ ଆଲୋଚନା ପରେ ଅନ୍ତିମ ନିଷ୍ପତ୍ତି ଗ୍ରହଣ କରାଯିବ। ତେବେ ସୋନିଆ ଗାନ୍ଧୀ ଏନସିପି ମୁଖ୍ୟଙ୍କୁ ସରକାର ଗଠନ ଦିଗରେ ଅଗ୍ରସର ହେବାକୁ ସଂକେତ ଦେଇଥିବା କହିଛନ୍ତି।

ଶିବସେନା ମୁଖ୍ୟ ଉଦ୍ଧବ ଠାକରେ, ଆଦିତ୍ୟ ଠାକରେ ଏବଂ ରାଜ୍ୟ ଅଧ୍ୟକ୍ଷ ଏକନାଥ ସିନ୍ଧେ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି। ସେମାନେ ରାଜ୍ୟପାଳଙ୍କୁ ୨୪ ଘଣ୍ଟା ସମୟ ଦେବାପାଇଁ ଅନୁରୋଧ କରିପାରନ୍ତି ଯାହା ଫଳରେ ଏନସିପି ଓ କଂଗ୍ରେସର ସମର୍ଥନ ପତ୍ର ରାଜ୍ୟପାଳଙ୍କୁ ଦିଆଯାଇ ପାରିବ।

Comments are closed.