ଶିବରାଜଙ୍କୁ କଡା ଜବାବ ଦେଲା କଂଗ୍ରେସ

ଭୁବନେଶ୍ୱର: ଚଳିତ ସାଧାରଣ ନିର୍ବାଚନ ପରଠୁ କଂଗ୍ରେସ ଦଳର ଅଧ୍ୟକ୍ଷ ପଦକୁ ନେଇ ଲାଗିରହିଥିବା ସସପେନ୍ସ ଦୂର ହେଲା। ଶନିବାର କଂଗ୍ରେସ ତାର ନୂଆ ଅଧ୍ୟକ୍ଷ ଚୟନ କଲା। ସୋନିଆ ଗାନ୍ଧୀ ପୂଣିଥରେ କଂଗ୍ରେସର ମଙ୍ଗ ଧରିଲେ। ଏହାପରେ ଓଡିଶାକୁ ବିଜେପି ସଭ୍ୟ ସଂଗ୍ରହ ଅଭିଯାନରେ ଆସିଥିବା ବିଜେପିର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ୍‍ ରବିବାର ରାଜ୍ୟ ବିଜେପି କାର୍ଯ୍ୟଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସକୁ କଡା ସମାଲୋଚନା କରିଥିଲେ। କଂଗ୍ରେସ କେବଳ ପରିବାର ବାଦ ରାଜନୀତି କରୁଛି ପରାଜୟ ସତ୍ତ୍ବେ କଂଗେସ କିଛି ଶିକ୍ଷା ଲାଭକରୁନଥିବା କହିଥିଲେ ଶିବରାଜ।

ଶିବରାଜଙ୍କ ମନ୍ତବ୍ୟକୁ କଡା ସମାଲୋଚନା କରି କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର କହିଛନ୍ତି, ଶିବରାଜ ନିଜେ ପରିବାରବାଦ୍‍ ରାଜନିତୀରୁ ମୁକ୍ତ ଅଛନ୍ତି କି ? ତାଙ୍କ ପରିବାର ନାଗପୁର ଆରଏସଏସ ଅଫିସ  କରିଚାଳିତ କରୁଥିବା କହି ଶିବରାଜଙ୍କୁ କଡା ସମାଲୋଚନା କରିଛନ୍ତି ।

କଂଗ୍ରେସର ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ମଧ୍ୟ ଶିବରାଜଙ୍କ ମନ୍ତବ୍ୟର ଜବାବ ଦେଇ କହିଛନ୍ତି ସୋନିଆ ଗାନ୍ଧୀ କଂଗ୍ରେସର ମଙ୍ଗ ଧରିବାପରେ ବିରୋଧୀ ଶିବିର ଥରହର ହୋଇଯାଇଛି। ଯାହା ଫଳରେ ବିରୋଧୀ ଏଭଳି ମନ୍ତବ୍ୟ ଦେଉଛନ୍ତି। ବିରୋଧୀ ଭାବୁଥିଲେ ଗାନ୍ଧୀ ପରିବାର ଗଲେ କଂଗ୍ରେସ ବିଭାଜିତ ହୋଇଯିବ। କିନ୍ତୁ ବିରୋଧୀଙ୍କ ଏହି ଭାବନା ଫସର ଫାଟିଯାଇଛି। ସୋନିଆ ଗାନ୍ଧୀ କଂଗେସକୁ ଏକ ନୂଆ ଦିଗଦର୍ଶନ ଦେବେ ଏବଂ ସାରା ଭାରତ କଥା ଚିନ୍ତା କରିବେ। ସୋନିଆ ଗାନ୍ଧୀ କଂଗ୍ରେସର ଅଧ୍ୟକ୍ଷା ହେବାପରେ ବିରୋଧୀ, କଂଗ୍ରେସ ମୁକ୍ତ ଭାରତର ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ପୂରଣ ହେବ ନାହିଁ ବୋଲି ଜୟଦେବ ଜେନା କହିଛନ୍ତି।

Comments are closed.