୪ର୍ଥ ସ୍ଥାନ ପାଇଁ ଫିଟ୍‍ ଶ୍ରେୟସ : ୨ୟ ଦିନିକିଆରେ ଭଲଖେଳିଲେ ଦଳରେ ସ୍ଥାନ ପକ୍କା

ନୂଆଦିଲ୍ଲୀ :ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ସିରିଜର ପ୍ରଥମ ଦିନିକିଆ ମ୍ୟାଚ୍‍ ବର୍ଷା ଯୋଗୁ ବାତିଲ ହୋଇଯାଇଥିଲା। ରବିବାର ଖେଳାଯିବ ସିରିଜର ଦ୍ୱିତୀୟ ଦିନିକିଆ। ଏହି ମ୍ୟାଚ୍‍ ରେ ସମସ୍ତଙ୍କ ନଜର ରହିଛି ଯୁବ କ୍ରିକେଟର ଶ୍ରେୟସ ଆୟରଙ୍କ ଉପରେ। ଭାରତୀୟ କ୍ରିକେଟର ଏହି ଯୁବ ପ୍ରତିଭା ଶ୍ରେୟସଙ୍କୁ ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ଦଳର ଅନ୍ତିମ ଏକାଦଶରେ ସ୍ଥାନ ମିଳିନଥିଲା। ବର୍ଷା ପ୍ରଭାବିତ ପ୍ରଥମ ଦିନିକିଆ ମ୍ୟାଚରେ ଶ୍ରେୟସ ସ୍ଥାନ ପାଇଥିଲେ ମଧ୍ୟ ବର୍ଷାଯୋଗୁ ମ୍ୟାଚ ବାତିଲ ହୋଇଯାଇଥିଲା।

ଦ୍ୱିତୀୟ ମ୍ୟାଚରେ ଭାରତୀୟ ଟିମ୍‍ ବ୍ୟାଟିଂ କ୍ରମରେ କୌଣସି ପରିବର୍ତ୍ତନ କରିନପାରେ ଯାହା ଫଳରେ ମୁମ୍ବାଇର ଏହି ଯୁବ ପ୍ରତିଭାଶାଳୀ କ୍ରିକେଟର ୪ ନମ୍ବର ସ୍ଥାନରେ ପଡିଆକୁ ଓହ୍ଲାଇ ପାରନ୍ତି। ଟିମରେ ନିଜ ସ୍ଥାନ ସୁରକ୍ଷିତ କରିବାକୁ ହେଲେ ଶ୍ରେୟସଙ୍କୁ ଏହି ସିରିଜରେ ଭଲ ପଦର୍ଶନ କରିବାକୁ ପଡିବ। ୨୪ ବର୍ଷୀୟ ଏହି ଯୁବ କ୍ରିକେଟର ୱେଷ୍ଟଇଣ୍ଡିଜ-ଏ ବିପକ୍ଷରେ ଭାରତ -ଏ ଦଳରୁ ଖେଳି ଦୁଇଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଅଧିନାୟକ ବିରାଟ କୋହଲି ଏବଂ ଉପଅଧିନାୟକ ରୋହିତ ଶର୍ମାଙ୍କ ମାର୍ଗଦର୍ଶନରେ ଏହି ଯୁବ କ୍ରିକେଟର ଭାରତୀୟ କ୍ରିକେଟ ଦଳର ମଧ୍ୟକ୍ରମରେ ଉନ୍ନତ ପଦର୍ଶନ କରିବାନେଇ ଆଶାରଖିଛନ୍ତି ପୂର୍ବତନ ଖେଳାଳି ଏବଂ ପ୍ରଶଂସକ।

Comments are closed.