ଶ୍ରଦ୍ଧାଙ୍କୁ ସମୟ ଅଭାବ

0

ଶକ୍ତି କପୁରଙ୍କ ଗେହ୍ଲୀ ଝିଅ ଶ୍ରଦ୍ଧା କପୁର ବର୍ଷ କେଇଟାରେ ବଲିଉଡରେ ନିଜ ଆସ୍ଥାନ ଜମାଇ ପାରିଛନ୍ତି। ସିନେଜଗତରେ ପାଦ ଥାପିବା ପରଠାରୁ ତାଙ୍କ ନାମ ମଧ୍ୟ ସହକଳାକାରଙ୍କ ସହ ଯୋଡ଼ା ଯାଇଛି। ପ୍ରଥମେ ଆଦିତ୍ୟ ରାୟ କପୁର ଓ ପରେ ଫରହାନ୍ ଅଖତରଙ୍କ ସହ ତାଙ୍କ ନାମ ଯୋଡ଼ା ଯାଇଥିଲା। ତେବେ ଫରହାନ୍‌ଙ୍କ ସହ ଶ୍ରଦ୍ଧାଙ୍କ ଘନିଷ୍ଠତାକୁ ପରିବାରଲୋକେ ଗ୍ରହଣ କରିନଥିଲେ। ଅନ୍ୟ ପାଖେ ଶ୍ରଦ୍ଧାଙ୍କଠାରୁ ଦୂରେଇ ଯାଇ ଫରହାନ୍ ମଧ୍ୟ ନିଜ ପାଇଁ ଇତିମଧ୍ୟରେ ସାଥିଟିଏ ବାଛିଥିବାର ଶୁଣାଯାଉଛି। ଏଇ ନିକଟରେ ଶ୍ରଦ୍ଧାଙ୍କୁ ଯେତେବେଳେ ତାଙ୍କ ପ୍ରେମସମ୍ପର୍କ ବାବଦରେ ପଚରାଗଲା, ସେ ସଫେଇ ଦେଲେ ଯେ ଏସବୁ ପାଇଁ ସମୟ କାହିଁ? ଦିନରାତି ସୁଟିଂ କରିବା ପରେ ମଧ୍ୟ ଫୁରସତ୍ ନାହିଁ। ଶ୍ରଦ୍ଧା ମଧ୍ୟ ଆଜିକାଲି ବିଭିନ୍ନ ପାର୍ଟିରୁ ଦୂରେଇ ରହୁଛନ୍ତି। ଫରହାନ୍‌ଙ୍କଠାରୁ ବିଚ୍ଛେଦ ହେବା ପରେ ଶ୍ରଦ୍ଧା ଅନ୍ୟ କାହା ସହ ସମ୍ପର୍କ ଯୋଡ଼ିବାକୁ ଆଉ ଚାହୁଁନାହାନ୍ତି ବୋଲି ତାଙ୍କ ଘନିଷ୍ଠ ବାନ୍ଧବୀଙ୍କ ମତ।

Leave A Reply