ଏୟାର ହୋଷ୍ଟେସ୍‍ ସାଜିବେ ଶ୍ରଦ୍ଧା : ଚାଲିଛି ଜୋରଦାର ପ୍ରସ୍ତୁତି

ମୁମ୍ବଇ : ପ୍ରତ୍ୟେକ ଚଳଚ୍ଚିତ୍ରରେ ସର୍ବଦା ଭିନ୍ନ ଭିନ୍ନ ଭୂମିକାରେ ନଜର ଆସୁଥିବା ଅଭିନେତ୍ରୀ ଶ୍ରଦ୍ଧା କପୁର ଏବେ ଏୟାର ହୋଷ୍ଟେସ୍‍ ସାଜିବେ। ଟାଇଗର୍‍ ଶ୍ରଫଙ୍କ ଅଭିନୀତ ଚଳଚ୍ଚିତ୍ର ‘ବାଗୀ’ର ତୃତୀୟ ଭାଗ ଅର୍ଥାତ୍‍ ‘ବାଗୀ-୩’ରେ ଶ୍ରଦ୍ଧାଙ୍କୁ ପ୍ରଥମ ଥର ପାଇଁ ଜଣେ ଏୟାର୍‍ ହୋଷ୍ଟେସ୍‍ ଭୂମିକାରେ ଦେଖିବାକୁ ମିଳିବ ବୋଲି ସୂଚନା ମିଳିଛି। ଏଥିପାଇଁ ସେ କିଛି ୱାର୍କସପରେ ଯୋଗଦେଇ ବିଶେଷ ପ୍ରଶିକ୍ଷଣ ମଧ୍ୟ ନେବେ। ଶ୍ରଦ୍ଧାଙ୍କୁ ଏହି ଚରିତ୍ରରେ ସମ୍ପୂର୍ଣ୍ଣ ଦକ୍ଷ କରିବା ତଥା ତାଙ୍କ ରୂପକୁ ଯଥାର୍ଥତା ଦେବା ପାଇଁ ‘ବାଗୀ-୩’ର ଟିମ୍‍ ତାଙ୍କ ଲୁକ୍‍ ଉପରେ କାମ କରିବା ଆରମ୍ଭ କରିଦେଲେଣି।
ଖୁବ୍‍ ବଡ଼ ବଜେଟ୍‍ରେ ନିର୍ମାଣ ହେଉଥିବା ଏହି ଚଳଚ୍ଚିତ୍ରର ଶୁଟିଂ ମୁମ୍ବଇରେ ସେପ୍ଟେମ୍ବର ମାସରୁ ଆରମ୍ଭ ହେବ। ଅହମଦ ଖାନ ଏହାର ନିର୍ଦ୍ଦେଶନା ଭାର ବହନ କରିଛନ୍ତି।

Comments are closed.