‘ଗୁଲାବୋ ସିତାବୋ’ : ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ ଅମିତାଭ୍‍-ଆୟୁଷ୍ମାନ

ମୁମ୍ବଇ : ପ୍ରଥମ ଥର ପାଇଁ ଗୋଟିଏ ପରଦାରେ ଏକାଠି ନଜର ଆସିବାକୁ ଯାଉଛନ୍ତି ଅମିତାଭ୍‍ ବଚ୍ଚନ ଓ ଆୟୁଷ୍ମାନ ଖୁରାନା। ‘ପିକୁ’, ‘ଭିକି ଡୋନର’ ଭଳି ହିଟ୍‍ ଚଳଚ୍ଚିତ୍ର ଭେଟି ଦେଇଥିବା ନିର୍ଦ୍ଦେଶକ ଶୁଜିତ୍‍ ସରକାର ଏବେ ତାଙ୍କ ଆଗାମୀ ପ୍ରୋଜେକ୍ଟକୁ ନେଇ କାମ ଆରମ୍ଭ କରିଦେଇଛନ୍ତି। ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଗୁଲାବୋ ସିତାବୋ’ ପାଇଁ ସେ ଅମିତାଭ୍‍ ଓ ଆୟୁଷ୍ମାନଙ୍କୁ ଚୟନ କରିଛନ୍ତି ଓ ଦୁହେଁ ଏହି ପ୍ରୋଜେକ୍ଟ ପାଇଁ ସାଇନ୍‍ ମଧ୍ୟ କରିଛନ୍ତି। ଏହା ଏକ ହାସ୍ୟରସାତ୍ମକ ଭିତ୍ତିକ ଚଳଚ୍ଚିତ୍ର। ଜୁହୀ ଚତୁର୍ବେଦୀ ଏହାର କାହାଣୀ ରଚନା କରିଛନ୍ତି ଓ ଆସନ୍ତା ମାସରୁ ଏହାର ଶୁଟିଂ ଆରମ୍ଭ ହେବ। ରୋନୀ ଲହରୀ ଓ ଶୀଲ୍‍ କୁମାର ଏହାର ପ୍ରଯୋଜନା ଭାର ବହନ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଏହି ଚଳଚ୍ଚିତ୍ର ଚଳିତ ବର୍ଷ ନଭେମ୍ବର ମାସରେ ମୁକ୍ତିଲାଭ କରିବ।

Comments are closed.