ଗିରିଖାତକୁ ଜିପ୍‍ ଖସି ୧୩ ମୃତ

0

ସିମଲା : ହିମାଚଳ ପ୍ରଦେଶରେ ଶନିବାର ଏକ ଯାତ୍ରୀବାହୀ ଜିପ୍‍ ଗିରିଖାତକୁ ଖସିପଡ଼ିବାରୁ ୪ ଜଣ ମହିଳାଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ତିନିଟି ଦମ୍ପତ୍ତି ଓ ସେମାନଙ୍କ ପିଲା ଅଛନ୍ତି। ଦୁର୍ଘଟଣାରେ ଗୋଟିଏ ପରିବାରର ୮ ଜଣଙ୍କର ମୃତ୍ୟୁ ହୋଇଥିବା ପୁଲିସ କହିଛି। ଶନିବାର ପୂର୍ବାହ୍ଣରେ ଜିପ୍‍ଟି ୧୩ ଜଣ ଯାତ୍ରୀଙ୍କୁ ନେଇ ହାଟକୋଟୀ କେଞ୍ଚିଠାରୁ ତିୟୁନି ଅଭିମୁଖେ ଯିବାବେଳେ କୁଡୁ-ତିୟୁନି ମାର୍ଗଠାରୁ ୩ କିଲୋମିଟର ଦୂର ସ୍ନେଲ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାସ୍ଥଳର ୧୦ଜଣ ଓ ଡାକ୍ତରଖାନାରେ ଅନ୍ୟ ତିନିଜଣ ପ୍ରାଣ ହରାଇଥିଲେ।

Leave A Reply