ରାଫେଲ ଚୁକ୍ତିକୁ ନେଇ ଅଧିକା କହିବା ଆବଶ୍ୟକ ନାହିଁ : ଶିବସେନା

ନୂଆଦିଲ୍ଲୀ : ଶିବସେନା ଶୁକ୍ରବାର ନିଜର ସହଯୋଗୀ ଦଳ ବିଜେପିକୁ ରାଫେଲ ଚୁକ୍ତିକୁ ନେଇ ବେଶି କିଛି କହିବା ଆବଶ୍ୟକ ନାହିଁ ବୋଲି ପରାମର୍ଶ ଦେଇଛି। ଏହାକୁ ନେଇ ଅଧିକ କହିଲେ ଭବିଷ୍ୟତରେ ବିଜେପିର ସମସ୍ୟା ବଢିପାରେ ବୋଲି ଶିବସେନା କହିଛି।
ମହାରାଷ୍ଟ୍ରର ଜଲଗାଓଁରେ ଆୟୋଜିତ ଏକ ସଭାରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଏହା କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଜେପିର ସମସ୍ତ ନେତା ରାଫେଲ ଚୁକ୍ତିକୁ ନେଇ ଅନେକ କଥା କହୁଛନ୍ତି ଯାହା ଭବିଷ୍ୟତରେ ଦଳକୁ ସମସ୍ୟାରେ ପକାଇ ପାରେ ବୋଲି ଶିବସେନା କହିଛି। ତେଣୁ ଏହି ବିଷୟରେ ବେଶୀ କିଛି ନ କହିବାକୁ ଶିବସେନା ବଜେପିକୁ ଉପଦେଶ ଦେଇଛି।

Comments are closed.