ଆଖଣ୍ଡଳମଣିଙ୍କ ଶିବବିବାହ ମହୋତ୍ସବ; ବରପିତା -କନ୍ୟାପିତା ମନୋନୀତ

0

ଆରଡି: ଆସନ୍ତା ଜୁନ୍ ୧୭ରେ ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଶିବବିବାହ ମହୋତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ସୋମବାର ପବିତ୍ର ଚନ୍ଦନ ପୂର୍ଣ୍ଣିମା ତିଥିରେ ପରମ୍ପରା ଅନୁଯାୟୀ ଚଳିତବର୍ଷ ନିମନ୍ତେ ବରପିତା ଓ କନ୍ୟାପିତା ଚୟନ ପ୍ରକ୍ରିୟା ମନ୍ଦିର ସେବାୟତ ଓ ପ୍ରଶାସନ ପକ୍ଷରୁ  ଚୂଡାନ୍ତ କରାଯାଇଛି । ତାହା ସହ ବିବାହ ନିମନ୍ତେ ଲଗ୍ନ ତିଥି ଚୂଡାନ୍ତ ହୋଇଛି ।

ଚଳିତବର୍ଷ ବରପିତା ଭାବେ ପୀଠର ଶିବଗଙ୍ଗା ପୁଷ୍କରିଣୀ କୂଳସ୍ଥିତ ଚନ୍ଦ୍ରମଣୀ ପାଢୀଙ୍କ ଜଜମାନ ବ୍ରହ୍ମପୁର ନିବାସୀ ଚନ୍ଦ୍ରଶେଖର ଦାଶ ସୈାଭାଗ୍ୟ ଲାଭ କରିଥିବା ବେଳେ କନ୍ୟାପିତା ଭାବେ ନାରାୟଣ ପଣ୍ଡା ସୈାଭାଗ୍ୟ ପ୍ରାପ୍ତ ଲାଭ କରିଛନ୍ତି । ଏହି ଚୂଡାନ୍ତ ପ୍ରକ୍ରୟା ପୂର୍ବରୁ ମଣିବାବାଙ୍କ ପାଖରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯିବା ସହ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ଏହି ବିବାହ ଉତ୍ସବର ପ୍ରାରମ୍ଭିକ ପର୍ଯ୍ୟାୟକୁ ନେଇ ସମଗ୍ର ପୀଠ ଉତ୍ସବ ମୁଖର ହୋଇ ପଡିବା ସହ  ବିବାହ ଉତ୍ସବକୁ କିପରି ପୂର୍ବବର୍ଷ ଠାରୁ ଚଳିତବର୍ଷ ମହା ଆଡମ୍ବର ସହ ପରିପାଳିତ ହେବ ସେଥିପାଇଁ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ତପ୍ତରତା ଦେଖା ଦେଇଛି ।

ବିଶେଷକରି ଦେବ ଦମ୍ପତିଙ୍କ ବିବାହ ଲୈାକିକ ମତରେ ପାଳିତ ହେଉଥିବାରୁ ବରପିତା ଓ କନ୍ୟାପିତାଙ୍କ ସହ ସମଗ୍ର ପୀଠର ଅଧିବାସୀମାନେ ନିଜର ଜ୍ଞାତିକୁଟୁମ୍ବ ଓ ବନ୍ଧୁପରିଜନଙ୍କୁ ନିମନ୍ତ୍ରିତ କରିଥାନ୍ତି ବିବାହ ଉତ୍ସବ ଦିନ । ଚଳିତବର୍ଷ ବିବାହ ଉତ୍ସବ ନିମନ୍ତେ ଆସନ୍ତା ମେ ୧୧ରେ ଶୁଭଲଗ୍ନ ଅନୁଷ୍ଠିତ ହେବା ସହ ଜୁନ ୧୭ରେ ବିବାହ ଉତ୍ସବ ଅନୁଷ୍ଠିତ ହେବ ବୋଲି ବିରଜା ମଣ୍ଡଳୀର ଜ୍ୟୋତିଷଙ୍କ ଦ୍ୱାରା  ତିଥି ସ୍ଥିର କରାଯାଇଛି । ଚଳିତ ଶିବ ବିବାହ ଶୋଭାଯାତ୍ରାରେ ରାଜ୍ୟର ସାଂସ୍କୃତିକ ବାଦ୍ୟ  ସହ ବହୁ ଲୋକନୃତ୍ୟ ଶିଳ୍ପୀମାନେ ଯୋଗ ଦେବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତିତି ପର୍ବ ଆରମ୍ଭ ହୋଇଛି ।

 

 

Leave A Reply