ଶିଳ୍ପା ସେଟ୍ଟିଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କୁ ଇଡି ଜେରା

ମୁମ୍ବଇ : ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ବାମୀ ତଥା ବିଶିଷ୍ଟ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ବୁଧବାର ଜେରା କରିଛି। ଦାଉଦ ଇବ୍ରାହିମ୍‌ର ସହଯୋଗୀ ଇକବାଲ ମିର୍ଚ୍ଚ ସହିତ ରିୟଲ ଇଷ୍ଟେଟ ବ୍ୟବସାୟ କାରବାର ନେଇ ଏହି ଜେରା କରାଯାଇଛି। ଜେରା ପାଇଁ କୁନ୍ଦ୍ରାଙ୍କୁ ଗତ ସପ୍ତାହରେ ସମନ ଜାରି କରାଯାଇଥିଲା।

Comments are closed.