ଯାଜପୁରରେ ଅଜଣା ଜନ୍ତୁ ଆତଙ୍କ

0

ଯାଜପୁର: ନିଆଳିରେ ଅଜଣା ଜନ୍ତୁ ଆତଙ୍କର ଭୟ କମି ନ ଥିବା ବେଳେ ଯାଜପୁରରେ ପୁଣି ଅଜଣା ଜନ୍ତୁ ଆତଙ୍କ ଦେଖା ଦେଇଛି। ଯାଜପୁର ଜିଲା ବଡ଼ଚଣାରେ ଅଜଣା ଜନ୍ତୁ ଆକ୍ରମଣରେ ମେଣ୍ଢା ମୃତ୍ୟୁ ଘଟିଥିବା ଅଭିଯୋଗ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୨ଟି ମେଣ୍ଢା ମରିବା ସହ ୭ଟି ମେଣ୍ଢା ଘାଇଲା ହୋଇଛନ୍ତି। ମେଣ୍ଢାଙ୍କ ଶରୀରରେ ଗଭୀର କ୍ଷତ ଥିବାର ଦେଖା ଯାଉଛି। ପ୍ରକୃତରେ ଅଜଣା ଜନ୍ତୁ ଆକ୍ରମଣରେ ମେଣ୍ଢା ମୃତ୍ୟୁ ହୋଇଛି ନା କେହି ଦୁବୁର୍ତ୍ତ ଏପରି କାମ କରିଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରିନାହିଁ।
ପୂର୍ବରୁ ନିଆଳି ଅଞ୍ଚଳରେ ଅଜଣା ଜନ୍ତୁ ଆକ୍ରମଣରେ ଅନେକ ମେଣ୍ଢା ମୃତ୍ୟୁବରଣ କରିଥିଲେ।

Leave A Reply