ତୈଳ ମୂଲ୍ୟ ବୃଦ୍ଧି ମୁଦ୍ରାସ୍ଫୀତି ଉପରେ ସୀମିତ ପ୍ରଭାବ ପକାଇବ : ଶକ୍ତିକାନ୍ତ ଦାସ

0

ନୂଆଦିଲ୍ଲୀ : ସାଉଦୀ ଆରବରେ ଚାଲିଥିବା ସଙ୍କଟ ଦୃଷ୍ଟିରୁ ତୈଳ ମୂଲ୍ୟ ବୃଦ୍ଧି ପାଇଥିଲେ ହେଁ ମୁଦ୍ରାସ୍ଫୀତି ଉପରେ ଏହାର ସୀମିତ ପ୍ରଭାବ ପଡ଼ିବ ବୋଲି ରିଜର୍ଭ ବ୍ୟାଙ୍କ୍‍ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି କହିଛନ୍ତି।

ମୁମ୍ବଇରେ ଅନୁଷ୍ଠିତ ଏକ ଆର୍ଥିକ ସମ୍ମିଳନୀରେ ଉଦବୋଧନ ଦେବା ଅବସରରେ ଶ୍ରୀ ଦାସ କହିଛନ୍ତି, ଭାରତରେ ମୁତ୍ରାସ୍ଫୀତି ହାର ଆଗାମୀ ୧୨ ମାସ ମଧ୍ୟରେ ୪ ପ୍ରତିଶତରୁ କମ୍‍ ରହିବା ଆଶା କରାଯାଉଛି। ଆବଶ୍ୟକ ପଡ଼ିଲେ ଅଭିବୃଦ୍ଧି ହାର ବଢ଼ାଇବାକୁ ରିଜର୍ଭ ବ୍ୟାଙ୍କର ସୁଧହାର ଆହୁରି ହ୍ରାସ କରାଯାଇପାରେ ବୋଲି ସେ ସୂଚନା ଦେଇଛନ୍ତି। ଭାରତର ବୈଦେଶିକ ଋଣ ଜିଡିପିର ମାତ୍ର ୧୯ ଦଶମିକ ୭ ଶତାଂଶ ଥିବାରୁ ଘରୋଇ ଅର୍ଥନୀତି ସ୍ଥିତି ଭଲ  ଅଛି । ଆନ୍ତର୍ଜାତିକ ସ୍ତରରେ ଅଭିବୃଦ୍ଧି କ୍ଷେତ୍ରରେ ମାନ୍ଦାବସ୍ଥା ସୃଷ୍ଟି ହୋଇଥିବାରୁ ବିଶ୍ୱର ସବୁ ଦେଶର କେନ୍ଦ୍ରୀୟ ବ୍ୟାଙ୍କ୍‍ ଗୁଡ଼ିକ ନିଜର ଆର୍ଥିକ ନୀତିକୁ କୋହଳ କରୁଛନ୍ତି ବୋଲି ସେ କହିଛନ୍ତି ।

Leave A Reply