ରାକେଶ ଶର୍ମାଙ୍କ ବାୟୋପିକ୍‌ରୁ ଓହରିଲେ ଶାହାରୁଖ୍

0

ମୁମ୍ବଇ : ମହାକାଶଚାରୀ ରାକେଶ ଶର୍ମାଙ୍କ ଜୀବନୀକୁ ନେଇ ନିର୍ମାଣ ହେବାକୁ ଥିବା ଚଳଚ୍ଚିତ୍ର ‘ସାଲ୍ୟୁଟ୍’ ରେ ଶାହାରୁଖ ଖାନ୍ ଅଭିନୟ କରିବେ ନାହିଁ ବୋଲି ଶୁଣିବାକୁ ମିଳିଛି। ସୂଚନା ଅନୁସାରେ, ଶାହାରୁଖ୍ ଫରହାନ୍ ଅଖତରଙ୍କ ଚଳଚ୍ଚିତ୍ର ‘ଡନ୍-୩’ ପାଇଁ ରାକେଶ ଶର୍ମାଙ୍କ ବାୟୋପିକ୍‌ରୁ ଓହରି ଯାଇଛନ୍ତି। ତେବେ କିଛିଦିନ ହେବ ଏହି ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ଏବେ ଏହାର ମୁଖ୍ୟ ଭୂମିକାରେ ପୁଣିଥରେ ପରିବର୍ତ୍ତନ ହେବାକୁ ଯାଉଛି। ପ୍ରଥମେ ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅମିର ଖାନ୍ ଅଭିନୟ କରିବାର ଥିଲା। ହେଲେ କୌଣସି କାରଣରୁ ସେ ଏଥିରୁ ଓହରି ଯାଇଥିବା ବେଳେ ଶାହାରୁଖ ଏଥିରେ ଅଭିନୟ କରନ୍ତୁ ବୋଲି ଅମିର କହିଥିଲେ।

ଲଗାତର ଭାବେ ଶାହାରୁଖଙ୍କ ଅଭିନୀତ ବହୁ ଚଳଚ୍ଚିତ୍ର ବିଫଳ ହେବା ପରେ ସେ ଏକ ବଡ଼ ସୁଯୋଗର ଅପେକ୍ଷାରେ ଥିଲେ। ତେବେ ତାଙ୍କ ଅଭିନୀତ ‘ଡନ୍’ ଚଳଚ୍ଚିତ୍ରର ଦୁଇଟି ଯାକ ଭାଗକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ। ଏହାକୁ ଆଖି ଆଗରେ ରଖି ଶାହାରୁଖ ଫରହାନଙ୍କ ଏହି ପ୍ରୋଜେକ୍ଟରେ ସାମିଲ ହେବେ ବୋଲି ଅନୁମାନ କରାଯାଉଛି।

Leave A Reply