ଜେଏନୟୁ ଛାତ୍ର ସଂସଦ ନିର୍ବାଚନରେ ବାମ ମେଣ୍ଟର ବାଜିମାତ

0

ନୂଆଦିଲ୍ଲୀ : ଦିଲ୍ଳୀ ହାଇକୋର୍ଟର ଅନୁମତି ପରେ ମଙ୍ଗଳବାର ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ଛାତ୍ର ସଂସଦ ନିର୍ବାଚନ ଫଳ ପ୍ରକାଶ ପାଇଛି। ଏଥିରେ ବାମ ଦଳ ମେଣ୍ଟ ବାଜିମାତ କରିଛନ୍ତି।

ବାମ ଦଳ ଏଆଇଏସଏ, ଏସଏଫଆଇ, ଏଆଇଏସଏଫ ଏବଂ ଡିଏସଏଫ ମେଣ୍ଟ ସମସ୍ତ ୪ ଆସନରେ ବିଜୟୀ ହୋଇଛନ୍ତି। ଏବିଭିପିର ସଭାପତି ପଦ ପ୍ରାର୍ଥୀ ମନୀଷ ଜାଂଗିଡ଼ଙ୍କୁ ହରାଇ ଏସଏଫଆଇର ଏ ଘୋଷ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ମନୀଷଙ୍କୁ ୧,୧୨୮ ଖଣ୍ଡ ଭୋଟ ମିଳିଥିଲାବେଳେ ଏ ଘୋଷଙ୍କୁ ୨,୩୧୩ ଖଣ୍ଡ ଭୋଟ ମିଳିଛି। ସେହିପରି ବାମ ମେଣ୍ଟର ସାକେତ ମୁନ ଏବିଭିପିର ଶ୍ରୁତି ଅଗ୍ନିହୋତ୍ରୀଙ୍କୁ ହରାଇ ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସାକେତଙ୍କୁ ୩,୩୬୫ ଖଣ୍ଡ ଏବଂ ଶ୍ରୁତିଙ୍କୁ ୧,୩୩୫ ଖଣ୍ଡ ଭୋଟ ମିଳିଛି। ସାଧାରଣ ସମ୍ପାଦକ ଆସନରେ ୟୁନାଇଟେଡ ପ୍ରଣ୍ଟର ସତୀଶ ଯାଦବ ଏବିଭିପିର ସବରୀଶଙ୍କୁ ହରାଇ ବିଜୟୀ ହୋଇଛନ୍ତି। ସତୀଶଙ୍କୁ ୨୫୧୮ ଖଣ୍ଡ ଏବଂ ସବରୀଶଙ୍କୁ ୧୩୫୫ ଖଣ୍ଡ ଭୋଟ ମିଳିଛି। ଯୁଗ୍ମ ସମ୍ପାଦକ ପଦରେ ବାମ ମେଣ୍ଟର ଏମଡି ଦାନିଶ ଏବିଭିପିର ସୁମନ୍ତ ସାହୁଙ୍କ ହରାଇ ବିଜୟୀ ହୋଇଛନ୍ତି। ସମୁନ୍ତ ସାହୁଙ୍କୁ ୧୫୦୮ ଖଣ୍ଡ ଭୋଟ ମିଳିଥିବାବେଳେ ଦାନିଶଙ୍କୁ ୩୨୯୫ ଖଣ୍ଡ ଭୋଟ ମିଳିଛି।
ଉଲ୍ଲେଖଯୋଗ୍ୟ ଯେ ଜେଏନୟୁ ଛାତ୍ର ସଂସଦ ନିର୍ବାଚନ ଫଳ ସେପ୍ଟେମ୍ବର ୮ରେ ପ୍ରକାଶ ପାଇବାକୁ ଥିଲା। ମାତ୍ର ଦିଲ୍ଳୀ ହାଇକୋର୍ଟ ଫଳ ପ୍ରକାଶନ ଉପରେ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ରହିତା ଦେଶ ଲଗାଇଥିଲେ। ଆବେଦନର ଶୁଣାଣି ସମୟରେ ଜଷ୍ଟିସ ସଂଜୀବ ସଚଦେବ ଫଳ ପ୍ରକାଶନ ପାଇଁ ଅନୁମତି ଦେଇଥିଲେ। ଲିଙ୍ଗଡୋ କିମଟି ଅନୁସାରେ ଫଳ ପ୍ରକାଶ କରିବାକୁ କୋର୍ଟ ନିର୍ଦେଶ ଦେଇଥିଲେ। ଏହି କ୍ରମରେ ମଙ୍ଗଳବାର ଜେଏନୟୁ ନିର୍ବାଚନ ଫଳ ପ୍ରକାଶ ପାଇଛି।

Leave A Reply