ସେକ୍ସ ରାକେଟ ଠାବ, ବାପା ମା ଓ ପୁଅ ଗିରଫ

0

ଅନୁଗୁଳ:  ଅନୁଗୁଳ ଥାନା ଅନ୍ତର୍ଗତ ଗୀତାଗ୍ରାମରେ ସେକ୍ସ ରାକେଟ ଠାବ ହୋଇଛି । ସେଠାରୁ ୨ ଦେହଜୀବୀ ସହ ୪ ଜଣ ଯୁବକଙ୍କ ଅନୁଗୁଳ ପୁଲିସ ଗିରଫ କରିଛି । ଚଢ଼ାଉ ସମୟରେ ଘଟଣାସ୍ଥଳରୁ ନଗଦ ଟଙ୍କା ସହ ଆପତ୍ତି ଜନକ ସାମଗ୍ରୀ ପୁଲିସ ଜବତ କରିଛି । ଗୀତାଗ୍ରାମରେ ଜଣେ ବିବାହିତା ମହିଳା ତାଙ୍କ ଘରେ ଦୁଇ ଜଣ ଦେହଜୀବୀଙ୍କୁ ରଖି ଦେହ ବ୍ୟବସାୟ କରୁଥିଲେ ।  ମହିଳା ଙ୍କ ସ୍ୱମୀ ଓ ଦୁଇ ପୁଅଙ୍କୁ ପୁଲିସ ଥାନାକୁ ଆଣି ପଚରାଉଚାର ଆରମ୍ଭ କରିଛୁ । ଅନ୍ୟପଟେ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ସେକ୍ସ ରାକେଟ ଚାଲିଥିବା ଜଣାପଡିଛି ।

Leave A Reply