ଘନ କୁହୁଡ଼ି ଯୋଗୁଁ ୧୫୦ ବିମାନ ବିଳମ୍ବିତ

0

ନୂଆଦିଲ୍ଲୀ : ଘନ କୁହୁଡ଼ି ଓ ଧୂଆଁ ଯୋଗୁଁ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନବନ୍ଦରରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ପୂର୍ବାହ୍ଣ ୬ଟାରୁ ୯ଟା ପର୍ଯ୍ୟନ୍ତ ଆକାଶ ଧୂମମୟ ହେବା ସହ କୁହୁଡ଼ି ରହିବା ଦ୍ବାରା କିଛି ଦେଖାଯାଉ ନଥିବାରୁ ଶୁକ୍ରବାର ବିମାନ ଉଡ଼ାଣ ପ୍ରଭାବିତ ହେବା ସହ ୧୫୦ରୁ ଅଧିକ ବିମାନ ୩ରୁ ୫ ଘଣ୍ଟା ବିଳମ୍ବରେ ଉଡ଼ାଣ ଭରିଥିବା ଜଣାପଡ଼ିଛି। ଏଥିମଧ୍ୟରେ ୧୨୯ଟି ଘରୋଇ ଓ ୩୯ଟି ଆନ୍ତର୍ଜାତିକ ବିମାନ ରହିଥିବା ପ୍ରକାଶ। ଏହା ବୃତୀତ ସାଧାରଣତନ୍ତ୍ର ଦିବସ ପାଇଁ ୧୦ଟା ୪୫ରୁ ୧୨ଟା ୧୫ ପର୍ଯ୍ୟନ୍ତ କଟକଣା ଜାରି କରାଯାଇଥିବାରୁ ଆହୁରି ବହୁ ବିମାନକୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା।

Leave A Reply