ଭାରତୀୟ ଅର୍ଥନୀତିରେ ସେବା କ୍ଷେତ୍ରର ଅବଦାନ ସବୁଠୁ ଅଧିକ

ନୂଆଦିଲ୍ଲୀ: କେନ୍ଦ୍ର ବାଣିଜ୍ୟ ଓ ରେଳମନ୍ତ୍ରୀ ପୀୟୂଷ ଗୋୟଲ୍‍ କହିଛନ୍ତି, ଭାରତକୁ ଏକ ପାଞ୍ଚ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ କରିବା ଦିଗରେ ସେବା କ୍ଷେତ୍ରର ଅବଦାନ ସବୁଠୁ ଅଧିକ ରହିବ। ନୂଆଦିଲ୍ଲୀରେ ସେବା ସଂକ୍ରାନ୍ତ ପଞ୍ଚମ ବିଶ୍ୱ ପ୍ରଦର୍ଶନୀକୁ ଉଦ୍‍ଘାଟନ କରାଯିବା ଅବସରରେ ଉଦ୍‍ବୋଧନ ଦେଇ ସେ କହିଛନ୍ତି, ସେବା ଓ କଞ୍ଚାମାଲ୍‍ ଉତ୍ପାଦନ କ୍ଷେତ୍ରକୁ କ୍ଷମତାପନ୍ନ କରିବାକୁ ହେବ। ମନ୍ତ୍ରୀ କହିଛନ୍ତି, ସେବା କ୍ଷେତ୍ରରେ ଅନେକ ସୁଯୋଗ ରହିଛି।

ସେ କହିଛନ୍ତି, ପର୍ଯ୍ୟଟନ କେନ୍ଦ୍ରଗୁଡ଼ିକ ନିଯୁକ୍ତି ବୃଦ୍ଧି ପାଇଁ ବାତାବରଣ ସୃଷ୍ଟି କରୁଛି ଓ ଏହା ସମ୍ବଳ ବୃଦ୍ଧି ପାଇଁ ବାଟ ଖୋଲିବା ସହ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି କରୁଛି। ସେ ପୁଣି କହିଛନ୍ତି, କେବଳ ଗୁଜୁରାଟରେ ଅବସ୍ଥିତ ଷ୍ଟାଚ୍ୟୁ ଅଫ୍‍ ୟୁନିଟି ପର୍ଯ୍ୟଟନ ପାଇଁ ଏଭଳି ଏକ ବାତାବରଣ ସୃଷ୍ଟି କରୁଛି ଯାହା ଆସନ୍ତା ୪ରୁ ୫ ବର୍ଷ ଭିତରେ ବାର୍ଷିକ ଏକ ଲକ୍ଷ କୋଟି ଟଙ୍କାର ରାଜସ୍ୱ ଦେଇପାରିବ।

Comments are closed.