ଯବାନଙ୍କ ପାଇଁ ଖୁସି ଖବର : ବର୍ଷକୁ ମିଳିବ ଶହେ ଦିନର ଛୁଟି

ନୂଆଦିଲ୍ଲୀ : କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀର ପ୍ରାୟ ୧୦ ଲକ୍ଷ ଯବାନ ବର୍ଷକୁ ଅତି କମରେ ନିଜ ପରିବାର ସହିତ ଯେପରି ୧୦୦ ଦିନ ସମୟ ଅତିବାହିତ କରିପାରବେ ସେ ନେଇ ଏକ ଯୋଜନା ପ୍ରସ୍ତୁତ କରାଯାଉଛି। ଖବୁ ଶୀଘ୍ର ଏହାକୁ ଲାଗୁ କରାଯିବ। ଏଥିପାଇଁ ବିଭିନ୍ନ ସେନା ବାହିନୀର ସେବା ନିୟମରେ ଗୁରୁତ୍ୱପୁର୍ଣ୍ଣ ପରିବର୍ତ୍ତନ କରାଯାଉଛି। ସେହିପରି ବିଭିନ୍ନ ଅର୍ଦ୍ଧ ସାମରିକ ବାହିନୀର ବଦଳୀ ନୀତିରେ ମଧ୍ୟ ପରିବର୍ତ୍ତନ ଆଣିବାର ବ୍ୟବସ୍ଥା କରାଯାଉଛି। ଅନ୍ୟପକ୍ଷରେ ଅଧିକରୁ ଅଧିକ ଅର୍ଦ୍ଧ ସାମରିକ ବାହିନୀର ଯବାନମାନଙ୍କୁ ନିଜ ଘରପାଖ ଅଞ୍ଚଳରେ ନିଯୁକ୍ତି ଦେବାର ପ୍ରସ୍ତାବ ସଂପର୍କରେ ବିଚାର କରାଯାଉଛି। ସେହିପରି ଶାନ୍ତପୂର୍ଣ୍ଣ ଅଞ୍ଚଳରେ ମୁତୟନ କରାଯାଉଥିବା ଯବାନମାନଙ୍କ ପାଇଁ ପାରିବାରିକ କ୍ୱାର୍ଟର ସଂଖ୍ୟା ବୃଦ୍ଧି କରିବାକୁ ଯୋଜନା ମଧ୍ୟ ରହିଛି। ଏହା ବ୍ୟତୀତ କାର୍ଯ୍ୟ ଦିବସରେ ମଧ୍ୟ ପରିବର୍ତ୍ତନ କରାଯିବ। ଗ୍ରୁପ ସେଣ୍ଟର ଏବଂ ବାଟାଲିୟନରେ ମୁତୟନ ଯବାନଙ୍କୁ ସପ୍ତାହରେ ୬ଦିନ ବଦଳରେ ୫ଦିନର ଡ୍ୟୁଟି ଦିଆଯିବ।
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କାଳ ବିଳମ୍ବ ନ କରି ଏହି ଯୋଜନାକୁ ଲାଗୁ କରିବାକୁ ଚାହୁଁଛି । ଅର୍ଦ୍ଧ ସାମରିକ ବାହିନୀକୁ ନେଇ ମନ୍ତ୍ରଣାଳୟ ଅନେକ ସମୟରେ ଅନେକ ପ୍ରକାର ପ୍ରକାରର ସର୍ଭେ ମଧ୍ୟ କରିଛି। ଯବାନମାନଙ୍କୁ କାହିଁକି ଅନେକ ସମୟରେ କ୍ରୋଧ ଆସୁଛି ଓ ସେମାନେ କାହିଁକି ଆତ୍ମହତ୍ୟା ଭଳି ପଦକ୍ଷେପ ନେବାକୁ ପଛାଉ ନାହାନ୍ତି ସେଭଳି ଅନେକ ମାମଲା ବିଷୟରେ ମଧ୍ୟ ଅନୁଧ୍ୟାନ କରାଯାଇଛି । ସେହପରି ଅନେକ ସମୟରେ କ୍ରୋଧ ବଶତଃ ଜବାନମାନେ ନିଜ ଜୁନିୟର ଏବଂ ସିନିୟରଙ୍କୁ ଗୁଳି ମାରିଦେଉଥିବା ଘଟଣା ସାମ୍ନାକୁ ଆସଛି। ଏହାର ଅନୁସନ୍ଧାନ କରିବାରୁ ଜଣାପଡିଛି ଜବାନ ଜଣଙ୍କ ଛୁଟିରେ ଯିବାକୁ ଚାହୁଁଥିଲେ କିନ୍ତୁ ଛୁଟି ମିଳିଲା ନାହିଁ। ଜରୁରୀ କାର୍ଯ୍ୟ ପାଇଁ ଛୁଟି ଆବଶ୍ୟକ ଦର୍ଶାଇ ନିଜ ଉପରିସ୍ଥ ଅଧିକାରୀଙ୍କୁ ଅନୁରୋଧ କରିବା ପରେ ମଧ୍ୟ ଛୁଟି ନ ମିଳିବାରୁ ରାଗରେ ସେ ଏଭଳି କାଣ୍ଡ ଘଟାଇଥିବା ଜଣା ପଡୁଛି।
ବିଭିନ୍ନ ଅର୍ଦ୍ଧ ସାମରିକ ବାହିନୀର ଯବାନମାନଙ୍କୁ କାଉନସିଲିଂ କରିବା ପରେ ଜଣା ପଡିଛି ଯେ, ଛୁଟି ନମିଳିବା ହେଉଛି ସେମାନଙ୍କ କ୍ରୋଧର ଅନ୍ୟତମ କାରଣ। ତେଣୁ ଏହି ସବୁ କାରଣକୁ ଦୃଷ୍ଟିରେ ରଖି ସମସ୍ତ ଅର୍ଦ୍ଧ ସାମରିକ ବାହିନୀ ସିଆରପିଏଫ, ବିଏସଏଫ, ଆଇଟିବିପି, ଏସଏସବି, ସିଆଇଏସଏଫ, ଏବଂ ଅସାମ ରାଇଫଲ ପାଇଁ ଏଭଳି ଏକ ନୀତି ପ୍ରସ୍ତୁତ କରିବାକୁ ପ୍ରସ୍ତାବ ଦିଆଯାଇଥିଲା, ଯାହାଦ୍ୱାରା ପ୍ରତ୍ୟେକ ଯବାନଙ୍କୁ ନିଜ ପରିବାର ସହିତ ରହିବା ପାଇଁ ବର୍ଷକୁ ଅତି କମରେ ୧୦୦ଦିନ ଛୁଟି ମିଳିବ।
ତେବେ ଖୁବ୍‍ ଶୀଘ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏହି ପ୍ରସ୍ତାବ କାର୍ଯ୍ୟକାରୀ କରିବାକୁ ଯାଉଛି।

Comments are closed.