ଓଡିଶା ସହ  ଅନ୍ୟ ରାଜ୍ୟରେ ୩୦ ଜଣଙ୍କୁ ହତ୍ୟାକରିଥିବା ସିରିଏଲ୍‌ କିଲର ଗିରଫ

0

ଭୋପାଳ .- ଗୋଟିଏ ନୁହେଁ କି ଦୁଇଟି ନୁହେଁ  ୩୦ରୁ ଅଧିକ ହତ୍ୟା । ଟ୍ରକ ଚୋରି ସହ ଟ୍ରକର ଜିନିଷ ଟଙ୍କା ଓ ମୋବାଇଲ ଚୋରି ପାଇଁ ହତ୍ୟା । ଏପରି ଜଣେ ହତ୍ୟାକାରୀକୁ ମଧ୍ୟପ୍ରଦେଶ ପୁଲିସ ଗିରଫ କରିଛି ।  ଆଦେଶ ଖାମରା ନାମକ ବ୍ୟକ୍ତି ଜଣଙ୍କ ଦରଜୀ କାମ କରେ । ହେଲେ ସେ ଜଣେ ସିରିଏଲ୍‌ କିଲର୍‌ । ଝାନସୀର ଏକ ଅପରାଧୀ ଗୋଷ୍ଠୀ ସହ ମିଶି ସେ ପ୍ରଥମେ  ଟ୍ରକ ଚୋରି କରୁଥିଲା । ସେ କଥା କହି ଟ୍ରକ ଡ୍ରାଇଭର ଓ ହେଲପରଙ୍କୁ ଭୁଲାଇବା ପରେ ସେମାନଙ୍କୁ ନିଛାଟିଆ ସ୍ଥାନକୁ ନେଇ ହତ୍ୟା କରୁଥିଲା । ଏହାପରେ ଡ୍ରାଇଭରକୁ ଓ ହେଲପରକୁ ଅନ୍ୟ  ଅନ୍ୟ ଜିଲାରେ ଫିଙ୍ଗୁଥିଲା ।

ସେ ଏଇ ଅପରାଧ କଥା ସେ କାହାକୁ ଏପରି ନିଜ ସ୍ତ୍ରୀକୁ ବି କହି ନ ଥିଲା । ପୁଲିସ ଆଦେଶର ସହଯୋଗୀ ଜୟକିରଣ ନାମକ ଅପରାଧୀକୁ ବି ଗିରଫ କରିଛି । ଏମାନେ କୋଡ୍‌ ଓ୍ୱାର୍ଡରେ କଥା ବାର୍ତ୍ତା କରୁଥିଲେ । ଟ୍ରକ ଡ୍ରାଇଭର ଓ ହେଲପରଙ୍କୁ କଥାରେ ଭୁଲାଇବା ପରେ ସେମାନଙ୍କୁ ନିଶାଦ୍ରବ୍ୟ ଖାଇବାକୁ ଦେଉଥିଲେ  । ସେମାନେ ଶୋଇ ପଡିବା ପରେ ତାଙ୍କୁ ହତ୍ୟାକରି ପୋଷକ କାଢି ପାଣିରେ ଫିଙ୍ଗି ଦେଉଥିଲେ ।  ଟ୍ରକ ଚୋରି ପରେ ଏଥିରେ ଥିବା ଜିନିଷ ସହ ଟ୍ରକକୁ ଗୋଓ୍ୱାଲିଅରର ଏକ ଗ୍ୟାଙ୍ଗକୁ ବିକ୍ରି କରୁଥିଲେ ।

Leave A Reply