ଏକ୍‍ଜିଟ୍‍ ପୋଲର ପ୍ରଭାବ; ସେନ୍‍ସେକ୍ସ ୭୦୦ ଓ ନିଫ୍ଟି ୨୦୦ ପଏଣ୍ଟ ଖସିଲା

0

ନୂଆଦିଲ୍ଲୀ : ଏକ୍‍ଜିଟ୍‍ ପୋଲ (ମତଦାନ ପରେ ସର୍ଭେ) ଏବଂ ଡଲାର ତୁଳନାରେ ଟଙ୍କା ବିନିମୟ ମୂଲ୍ୟ ହ୍ରାସର ପ୍ରଭାବ ସୋମାବର ଭାରତୀୟ ଅଂଶଧନ ବଜାର (ସେୟାର ମାର୍କେଟ)ରେ ପରିଲକ୍ଷିତ ହୋଇଛି। ଏହି କ୍ରମରେ ସୋମବାର ବମ୍ବେ ଷ୍ଟକ୍‍ ଏକ୍ସଚେଞ୍ଜ (ବିଏସ୍‍ଇ) ସେନସେକ୍ସ ୭୧୪ ପଏଣ୍ଟ ହ୍ରାସ ପାଇ ୩୪,୯୫୯.୭୨ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି ଦିଲ୍ଲୀସ୍ଥିତ ନ୍ୟାସନାଲ ଷ୍ଟକ୍‍ ଏକ୍ସଚେଞ୍ଜ (ଏନ୍‍ଏସ୍‍ଇ) ନିଫ୍ଟି ୨୦୫.୨୫ ପଏଣ୍ଟ ହ୍ରାସ ପାଇ ୧୦,୪୮୮.୪୫ ପଏଣ୍ଟରେ ବନ୍ଦ ହୋଇଛି। ବିଏସ୍‍ଇ ଏବଂ ଏନ୍‍ଏସ୍‍ଇରେ ରିୟଲିଟି, ବ୍ୟାଙ୍କିଂ, ଧାତୁ, ଫାର୍ମ ଏବଂ ଆର୍ଥିକ କମ୍ପାନୀ ସମେତ ସମସ୍ତ ବ୍ୟାଙ୍କର ସେୟାର ମୂଲ୍ୟ ହ୍ରାସ ପାଇଛି ଓ ସମସ୍ତ ବ୍ୟାଙ୍କ କ୍ଷତି ସହିଛନ୍ତି। କୋଟାକ ବ୍ୟାଙ୍କର ସେୟାର ମୂଲ୍ୟରେ ୬% ହ୍ରାସ ଘଟିଛି। ସେହିପରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ଏସିଆନ ପେଣ୍ଟ, ଟାଟା ମୋଟର୍ସ, ଓଡ଼ାଣୀ ପୋଟର୍ସ, ଭାରତୀ ଏୟାରଟେଲ, ସନଫାର୍ମା, ଏଲ୍‍ ଆଣ୍ଡ ଟି, ଏଚ୍‍ଡିଏଫ୍‍ସି, ପାୱାରଗ୍ରିଡ଼, ଆକ୍ସିସ୍‍ ବ୍ୟାଙ୍କ ଏବଂ ବଜାଜ ଅଟୋର ସେୟାର ମୂଲ୍ୟ ୪% ପର୍ଯ୍ୟନ୍ତ ହ୍ରାସ ପାଇଛି।
ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ବିଧାନସଭା ନିର୍ବାଚନ ପରେ ଏକ୍‍ଜିଟ୍‍ ପୋଲରେ ଶାସକ ଦଳ ହାରିବା ଆକଳନ ଘରୋଇ ବଜାରକୁ ପ୍ରଭାବିତ କରିଛି। ଫଳରେ ସୋମବାର ଡଲାର ପିଛା ଟଙ୍କା ବିନିମୟ ମୂଲ୍ୟ ବୃଦ୍ଧି ପାଇ ୭୧ ଟଙ୍କା ୪୪ ପଇସା ପହଞ୍ଚିଛି।

Leave A Reply