ଅର୍ଥମନ୍ତ୍ରୀଙ୍କ ଘୋଷଣା ପରେ ଶେୟାର ବଜାର ସରଗରମ; ୧୬୦୦ ପଏଣ୍ଟ ବଢ଼ିଲା ସେନସେକ୍ସ

0

ମୁମ୍ବଇ: କର୍ପୋରେଟ ଟିକସ ହ୍ରାସ ନେଇ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା ପରେ ଶୁକ୍ରବାର ଶେୟାର ବଜାର ସରଗରମ ହୋଇପଡ଼ିଛି। ଜିଏସଟି କାଉନସିଲ ବୈଠକ ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କର୍ପୋରେଟ ଟିକସ ହ୍ରାସ କରିବା ନେଇ ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ପରେ ଶେୟାର ମାର୍କେଟରେ ଜୋରଦାର ଉତ୍ସାହ ଦେଖିବାକୁ ମିଳିଛି। ଘୋଷଣାର ମାତ୍ର ୧୦ ମିନିଟ ମଧ୍ୟରେ ସେନସେକ୍ସରେ ୧୨୭୬ ପଏଣ୍ଟ ବୃଦ୍ଧି ଘଟିଛି। ପରେ ସେନସେକ୍ସରେ ୧୬୦୦ ପଏଣ୍ଟ ବୃଦ୍ଧି ଘଟି ୩୭,୫୦୦ ସ୍ତର ଅତିକ୍ରମ କରିଛି। ସେହିପରି ନିଫ୍‌ଟି ୫୦୦ ପଏଣ୍ଟ ବଢ଼ି ୧୧,୧୪୦ ସ୍ତର ଟପିଛି।

Leave A Reply