ଖସିଲା ସେନସେକ୍ସ, ବଢିଲା ନିଫ୍ଟି

0

ନୂଆଦିଲ୍ଲୀ : ରେକର୍ଡସ୍ତରରେ ପହଞ୍ଚିବାର ଦିନକ ପରେ ଶୁକ୍ରବାର ସେୟାର ବଜାର କାରବାରରେ ହ୍ରାସ ପରିଲକ୍ଷିତ ହୋଇଛି। ଶୁକ୍ରବାର ବମ୍ବେ ଷ୍ଟକ୍‍ ଏକ୍ସଚେଞ୍ଜ (ବିଏସ୍‍ଇ) ସେନସେକ୍ସ ୧୫୫.୧୪ ପଏଣ୍ଟ ଖସି ୩୭,୮୬୯.୨୩ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି ଜାତୀୟ ରାଜଧାନୀ ଦିଲ୍ଲୀ (ଏନ୍‍ଏସ୍‍ଇ) ନିଫ୍ଟି ୪୧.୨୦ ପଏଣ୍ଟ ବୃଦ୍ଧି ସହ ୧୧୪୨୯.୫୦ ପଏଣ୍ଟରେ ବନ୍ଦ ହୋଇଛି। ଶୁକ୍ରବାର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସ୍‍ବିଆଇ) ସହ ଟାଟା ମୋଟର୍ସ, ଗେଲ୍‍ ଓ ସନଫାର୍ମା କାରବାର ନକାରାତ୍ମକ ରହିଥିଲା। କ୍ରମାଗତ ତୃତୀୟ ତ୍ରୈମାସରେ କ୍ଷତି ଯୋଗୁଁ ଏସ୍‍ବିଆଇ ସେୟାର ମୂଲ୍ୟରେ ହ୍ରାସ ଘଟିଛି। ଉଲ୍ଲେଖ ଯେ ଗୁରୁବାର ସେନସେକ୍ସ ସର୍ବୋଚ୍ଚସ୍ତର ୩୮,୦୦୦ ପଏଣ୍ଟ ପାର କରି ୩୮,୦୨୪.୩୭ ପଏଣ୍ଟରେ ବନ୍ଦ ହୋଇଥିଲା। ଶୁକ୍ରବାର ଏହି ପଏଣ୍ଟରୁ କାରବାର ଆରମ୍ଭ ହୋଇଥିଲା ଓ ୧୫୫.୧୪ ପଏଣ୍ଟ ଖସି କାରବାର ଶେଷ ବେଳକୁ ୩୭,୮୬୯.୨୩ ପଏଣ୍ଟରେ ବନ୍ଦ ହୋଇଛି। ଅପ୍ରେଲ-ଜୁନ ତ୍ରୈମାସରେ ବ୍ୟାଙ୍କଗୁଡ଼ିକର କ୍ଷତିର ପ୍ରଭାବ ସେୟାର ବଜାର ଉପରେ ପଡିଛି। ଫଳରେ ବ୍ୟାଙ୍କ ଓ ଅନ୍ୟ କେତେକ କ୍ଷେତ୍ରର ସେୟାର ମୂଲ୍ୟ ହ୍ରାସ ପାଇଛି।

Leave A Reply