ଶ୍ରୀନିବାସ ରେଡ୍ଡୀ ତେଲଙ୍ଗାନା ବାଚସ୍ପତି ନିର୍ବାଚିତ

0

ହାଇଦରାବାଦ : ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌)ର ବରିଷ୍ଠ ନେତା ପି. ଶ୍ରୀନିବାସ ରେଡ୍ଡୀ ଶୁକ୍ରବାର ସର୍ବସମ୍ମତି କ୍ରମେ ତେଲଙ୍ଗାନା ବିଧାନସଭାର ବାଚସ୍ପତି ନିର୍ବାଚିତ ହୋଇଛନ୍ତି। ରେଡ୍ଡୀ ପୂର୍ବରୁ ଟିଆର୍ଏସ୍‌ ଟିକେଟରେ ୬ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପୂର୍ବରୁ ସେ ତେଲଙ୍ଗାନାର କୃଷି ମନ୍ତ୍ରୀ ଥିଲେ। ପ୍ରୋଟେମ ବାଚସ୍ପତି ମମତାଜ ଅହମ୍ମଦ ତାଙ୍କୁ ବିଧିବଦ୍ଧ ଭାବେ ବାଚସ୍ପତି ଘୋଷଣା କରିଛନ୍ତି। ଟିଆରଏସ୍‌ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ବାଚସ୍ପତି ଭାବେ ତାଙ୍କ ନାମ ପ୍ରସ୍ତାବ ଦେଇଥିଲେ। ଏହାକୁ ଟିଆରଏସ୍‌ ବିଧାୟକ କେ.ଟି. ରାମାରାଓ, ଟି. ହରିଶ ରାଓ, କଂଗ୍ରେସ ବିଧାୟକ ଜି. ଭେଙ୍କଟ ରମଣ ରେଡ୍ଡୀ ଏବଂ ଏଆଇଏମଆଇଏମ୍‌ର କିଛି ବିଧାୟକ ସମର୍ଥନ କରିଥିଲେ।

Leave A Reply