ଫୋନ୍‌ରେ କେମିତି ନେବେ ଭଲ  ସେଲଫି ଓ ଫଟୋ

0

ସ୍ମାର୍ଟ ଫୋନ୍ ଆସିବା ପରେ ଏବେ କ୍ୟାମେରାର ବ୍ୟବହାର ଅପେକ୍ଷାକୃତ କମି ଯାଇଛି । ଯୁବବର୍ଗ ଏବେ ସେଲଫି ନେବା ପାଇଁ ନିଜର ସ୍ମାର୍ଟ ଫୋନ୍‌କୁ ବ୍ୟବାହର କରୁଛନ୍ତି । ସେଲଫି କ୍ୟାମେରା ସହ ହାଇ ରୋଜଲ୍ୟୁସନ କ୍ୟାମେରା ଫୋନ୍‌ କିଣିବାକୁ ଅଧିକାଂଶ ଇଚ୍ଛା ପ୍ରକାଶ କରୁଛନ୍ତି । ହେଲେ ସବୁବେଳେ ଭଲ ଫଟୋ କିମ୍ବା ସେଲଫି ନେବା ସମ୍ଭବ ହେଉ ନାହିଁ । ତେବେ ଏହି ସବୁ ଉପାୟ ଅବଲମ୍ବନ କଲେ  ଭଲ ସେଲଫି ନେଇ ପାରିବେ ।

୧ ଆଲୋକ- ସେଲଫି କି ପଟୋ ନେବା ବେଳେ ସବୁଠାରୁ ବଡ ଜିନିଷ ହେଉଛି ଆଲୋକ । ଭଲ ଆଲୋକରେ ଭଲ ଫଟୋ  ନେଇ ହେବ । ଏଥିପାଇଁ ସବୁ ବେଳେ ଭଲ ଆଲୋକରେ ଫଟୋ ନିଅନ୍ତୁ । ପ୍ରାକୃତିକ ଆଲୋକ ବା ଦିନ ବେଳେ ଭଲ ଫଟୋ  ଉଠିଥାଏ । ମୁହଁ ଉପରେ ଆଲୋକ ପଡିବା ବେଳେ ଫଟୋ ନିଅନ୍ତୁ । ଆଲୋକକୁ ପଛ କରି ଫଟୋ ନେଲେ ଏହା କଳା ବା ଖରାପ ଉଠିଥାଏ ।

୨ ଛାଇ- ବେଳେ ବେଳେ ସେଲଫି ନେବା ବେଳେ ମୁହଁ ଉପରେ  ଛାଇ ପଡିଥାଏ । ଏଥିପାଇଁ ଭଲ ଫଟୋ ଉଠି ନ ଥାଏ । ମଧ୍ୟାହ୍ନ ସମୟରେ ଦିନ ୧୨ରୁ ୨ଟା ମଧ୍ୟରେ ଏହା ସାଧାରଣତଃ ହୋଇଥାଏ ।

୩ କେଉଁ ସ୍ଥାନରେ ସେଲଫି ନେବେ କେଉଁ ପଟୁ(ଆଙ୍ଗେଲ୍)ରେ ଫଟୋ ନେଲେ ଭଲ ଦେଖାଯିବ ସେ  ପ୍ରତି ଦୃଷ୍ଟି ଦିଅନ୍ତୁ ।

୪-ହସ-  ସେଲଫି ବେଳେ ଅଧିକାଂଶ ହସି ଥାଆନ୍ତି  ବା ମୁରୁକା ହସ ଦିଅନ୍ତି । ସାଧାରଣ ବେଳେ ଯେମିତି ହସନ୍ତି ସେପରି ହସିଲେ ଭଲ । ଫଟୋ ପାଇଁ ଜବରଦସ୍ତି ହସିବାକୁ ଚେଷ୍ଟା କଲେ ଏହା ଖରାପ ଉଠିଥାଏ ।

୫- ଫ୍ଲାସ୍‌- କେତେବେଳେ ଫ୍ଲାସ୍‌ ଲାଇଟ୍‌କୁ ବ୍ୟବହାର କରିବେ ତାହା ଜାଣନ୍ତି । ସାଧାରଣତଃ କମ୍‌ ଆଲୋକ ଥିବା ସ୍ଥାନ ଓ ଅନ୍ଧାରରେ ଫ୍ଲାସ୍‌ ବ୍ୟବହାର କଲେ ଭଲ ।

Leave A Reply