ସମ୍ବଲପୁର: ୩ ଦେଶୀ ବନ୍ଧୁକ ଜବତ, ୪ ଗିରଫ

0

ସମ୍ବଲପୁର ..-  ଚୋରା ଦେଶୀ ବନ୍ଧୁକ ତିଆରି ଓ ବିକ୍ରି କରିବା ଅଭିଯୋଗରେ ସମ୍ବଲପୁର ପୁଲିସ ୪ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୩ଟି ଦେଶୀ ବନ୍ଧୁକ ଓ ଗୋଟିଏ ଅର୍ଦ୍ଧ ନିର୍ମିତ ଦେଶୀ ବନ୍ଧୁକ ଜବତ କରାଯାଇଛି ।

ଗୁରୁବାର ଅପରାହ୍ନ ସମୟରେ ରେଙ୍ଗାଲୀ ପୁଲିସକୁ ପାଟ୍ରୋଲିଂ ସମୟରେ ଏ ବିଷୟରେ ସୂଚନା ମିଳିଥିଲା । ସଞ୍ଜୟ ସାହୁଙ୍କ ସହ ଅନ୍ୟ ପୁଲିସ  ଅଧିକାରୀ ଓ କର୍ମଚାରୀ  ରେଙ୍ଗାଲୀ ଥାନା ଅଧିନରେ ଥିବା ଚାଉଳଢିପୋରେ ଚଢଉ କରି ଚୋରା ଦେଶୀ ବନ୍ଧୁକ ସହ ସୁଧୀର ଲୁହା, ବିଷବ ମିର୍ଦ୍ଧା, ଅର୍ଜୁନ ନାଏକ, ଦୁର୍ଗା ଥାପାଙ୍କୁ ଗିରଫ କରିଛି । ଏମାନଙ୍କ ନିକଟରୁ ମୋଟ ୪ଟି ବନ୍ଧୁକସହ ୨ଟି ମୋବାଇଲ ଜବତ କରାଯାଇଥିବା ଉପଖଣ୍ଡୀୟ ପୁଲିସ ଅଧିକାରୀ ଭବାନୀ ଶଙ୍କର ଉଦ୍‌ଗାତା ସୂଚନା ଦେଇଛନ୍ତି ।

Leave A Reply