ଷ୍ଟେଶନରେ ସେଗ୍‌ ୱେ ବ୍ୟବସ୍ଥା ଆରମ୍ଭ, କଡ଼ାକଡ଼ି ହେବ ପାଟ୍ରୋଲିଂ

ଭୁବନେଶ୍ଵର: ରେଳ ଷ୍ଟେଶନରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଲାଗି ପୂର୍ବତଟ ରେଳପଥ ପକ୍ଷରୁ ସେଗ୍‌ ୱେ ବ୍ୟବସ୍ଥା ଆରମ୍ଭ ହୋଇଛି। ସେଗ୍‌ ୱେ ହେଉଛି ଏକ ପ୍ରକାର ଦୁଇ ଚକିଆ ସ୍କୁଟର। ଏହି ସ୍କୁଟର ଜରିଆରେ ରେଳ ସୁରକ୍ଷା ବଳ(ଆରପିଏଫ) କର୍ମଚାରୀମାନେ ଷ୍ଟେଶନରେ ପାଟ୍ରୋଲିଂ କରିବେ। ଗୋଟିଏ ପ୍ଲାଟଫର୍ମରୁ ଅନ୍ୟ ପ୍ଲାଟଫର୍ମକୁ ଯାଇପାରିବେ। ପ୍ରାଥମିକ ପର୍ଯ୍ୟାୟରେ ପୂର୍ବତଟ ରେଳପଥ ପକ୍ଷରୁ ୬ଟି ସେଗ୍‌ ୱେ ସ୍କୁଟର ଯୋଗାଇ ଦିଆଯାଇଛି। ସେଥିରୁ ଭୁବନେଶ୍ଵର, କଟକ ଏବଂ ପୁରୀ ଷ୍ଟେଶନରେ ୨ଟି ଲେଖାଏ ସ୍କୁଟର ରହିବ ବୋଲି ସୂଚନା ମିଳିଛି।

Comments are closed.