ଅନେକ ରୋଗରୁ ଦୂରେଇ ରଖେ ଏହି ମଞ୍ଜି

ଆଧୁନିକ ଜୀବନଶୈଳୀରେ ଖାଦ୍ୟରେ ପରିବର୍ତ୍ତନ ଯୋଗୁଁ ଆମେ ଅନେକ ମାରାତ୍ମକ ରୋଗର ବଶବର୍ତ୍ତୀ ହୋଇଥାଉ। କିନ୍ତୁ ଆମ ଚାରିପାଖରେ ଥିବା କିଛି ଦ୍ରବ୍ୟର ବ୍ୟବହାର କରି ଆମେ ଅନେକ ରୋଗ ଠାରୁ ମୁକ୍ତି ପାଇପାରିବ। ସମସ୍ତେ ଭାବନ୍ତି ଯେ, ସୁସ୍ଥ ରହିବା ପାଇଁ ଫଳ ଓ ପନିପରିବା ଖାଇବା ଉଚିତ। କିନ୍ତୁ କିଛି ଫଳ ଓ ପନିପରିବା ରହିଛି ଯାହାର ମଞ୍ଜିକୁ ଖାଇବା ଦ୍ବାରା ଆମେ ଅନେକ ରୋଗ ଠାରୁ ଦୂରେଇ ରହିପାରିବା। ତେବେ ଆସନ୍ତୁ ଜାଣିବା ସେହି ଉପକାରୀ ମଞ୍ଜି ସମ୍ବନ୍ଧରେ ..

ରାଶି : ରାଶିରେ ଭରପୂର ମାତ୍ରାରେ ଆଣ୍ଟି-ଅକ୍ସିଡାଣ୍ଟ, କ୍ୟାଲସିୟମ ଓ ଅନ ସାଚ୍ୟୁରେଟେଡ୍‌ ଫ୍ୟାଟ୍ସ ରହିଛି। ଏହାକୁ ଖାଇବା ଦ୍ବାରା ଉଚ୍ଚ ରକ୍ତଚାପ ଓ କର୍କଟ ପରି ମାରାତ୍ମକ ରୋଗ ଠାରୁ ଦୂରେଇ ପାରିବା।

କଖାରୁ ମଞ୍ଜି : ସାଧାରଣତଃ ସମସ୍ତଙ୍କୁ କଖାରୁ ଖାଇବାକୁ ଭଲ ଲାଗି ନ ଥାଏ। କିନ୍ତୁ କଖାରୁ ସହ ଏହାର ମଞ୍ଜି ଶରୀର ପାଇଁ ଖୁବ୍ ଉପକାରୀ ଅଟେ। ଏଥିରେ ଭିଟାମିନ-ସି, ଇ, ଆଇରନ, କ୍ୟାଲସିୟମ, ପୋଟାସିୟମ, ଜିଙ୍କ, ପ୍ରୋଟିନ ଓ ଫାଇବର ରହିଛି। ଏହି ମଞ୍ଜିକୁ ଖାଇବା ଦ୍ବାରା ରକ୍ତ ସଫା ହେବା ସହ ପେଟ ସଫା ହୋଇଥାଏ।

ପଣସ ମଞ୍ଜି : ଖରା ଦି​‌ନେ ସାଧାରଣତଃ ଅଧିକ ପଣସ ମିଳେ। ଏହାର ମଞ୍ଜି ମଧ୍ୟ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପଯୋଗୀ ଅଟେ। ପଣସ ମଞ୍ଜିରେ ଭିଟାମିନ୍‌ ଏ, ସି, ବି, କାର୍ବୋହାଇଡ୍ରେଟ୍ସ, ଜିଙ୍ଗ ଏବଂ ଫସଫରସ୍ ଇତ୍ୟାଦି ରହିଛି। ଏହା ଜ୍ବର, ବାନ୍ତି, କାଶ ଓ କର୍କଟ ପରି ମାରାତ୍ମକ ରୋଗ ସହ ଲଢିବାରେ ସହାୟକ ହୋଇଥାଏ। ଏହାକୁ ନିୟମିତ ଖାଇବା ଦ୍ବାରା ହୃଦଘାତ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ।

 

Comments are closed.