ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା ସନ୍ଦେହ

0

ଦେବଗଡ: ଏକ ଘର ଭିତରୁ ଜଣେ ସିକ୍ୟୁରିଟି ଗାର୍ଡଙ୍କ ମୃତଦେହ ଉଦ୍ଧାର ହୋଇଛି । ଏସପିଙ୍କ ସରକାରୀ ବାସଭବନ ନିକଟରେ ଥିବା ଏକ ଘରୁ ମୃତଦେହ ମିଳିଛି । କେହି ଦୁର୍ବୃତ୍ତ ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ, ମୃତ ସିକ୍ୟୁରିଟି ଗାର୍ଡ ଜଣଙ୍କ ହେଲେ ରାଜେନ୍ଦ୍ର ବଳୁଆ । ସେ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ସିକ୍ୟୁରିଟି ଗାର୍ଡ କାର୍ଯ୍ୟରତ ଥିଲେ । ତାଙ୍କ ବାପାଙ୍କ ମୃତ୍ୟୁ ପରେ ଚାକିରୀକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ରାଜେନ୍ଦ୍ରଙ୍କ ମୃତ୍ୟୁ ପରେ ତାଙ୍କ ଭାଇ ଫେରାର ହୋଇ ଯାଇଥିବା ପୁଲିସ କହିଛି । ଘର ବାହାରୁ ମୃତକଙ୍କ ମୋବାଇଲ ଫୋନ୍ ପୁଲିସ ଜବତ କରିଛି ।

Leave A Reply