ଲୋପ ପାଇଯିବେ ସାମୁଦ୍ରିକ ଜୀବଜନ୍ତୁ

ସମାଜ ପୋର୍ଟାଲ ଡେସ୍କ: ପ୍ଲାଷ୍ଟିକ୍‍ ଜମା କାରଣରୁ ସମୁଦ୍ର ଜଳରେ ବିରାଟ ପରବିର୍ତ୍ତନ ହୋଇଛି। ବିଭିନ୍ନ ପ୍ରକାର ହାନିକାରକ ରାସାୟନିକ ପ୍ରକ୍ରିୟା ଉତ୍ପନ୍ନ ହୋଇ ସାମୁଦ୍ରିକ ପ୍ରାଣୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ଗବେଷକଙ୍କ ମତରେ ତୁରନ୍ତ କୌଣସି ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ କିଛି ବର୍ଷ ମଧ୍ୟରେ ଅନେକ ସାମୁଦ୍ରିକ ପ୍ରଜାତି ଲୋପ ପାଇଯିବାର ସମ୍ଭାବନା ରହିଛି।

ଗତ ୧୫୦ ବର୍ଷର ଆକଳନ ମଧ୍ୟରେ ମୋଟ୍‍ ୨୧ଟି ସାମୁଦ୍ରିକ ପ୍ରଜାତି ନିଶ୍ଚିହ୍ନ ହୋଇଯାଇଛନ୍ତି। ବାରମ୍ବାର ସଚେତନତା ସୃଷ୍ଟି କରାଯିବା ସତ୍ତ୍ବେ ଲୋକେ ଏସବୁକୁ ଗ୍ରହଣ କରୁନାହାନ୍ତି। ଯାହା କାରଣରୁ ଜୀବଜନ୍ତୁ ସର୍ବାଧିକ ପ୍ରଭାବିତ ହେଉଛନ୍ତି। ଆମେରିକାର ଏକ ସମୁଦ୍ରତଳେ ସଂଗ୍ରହାଳୟ ନିର୍ମାଣବେଳେ ଅନେକ ପ୍ରଜାତିର ମାଛ ପ୍ରାଣ ହରାଇଥିଲେ। ତେବେ ଏହି କଥାକୁ ଲୁକ୍କାୟିତ ରଖାଯାଇଥିବାବେଳେ ବର୍ତ୍ତମାନ ତାହା ସାମ୍ନାକୁ ଆସିଛି। ମନୁଷ୍ୟ ସ୍ଥଳଭାଗରେ ନିଜ ଦୁନିଆକକୁ ବୃଦ୍ଧି କରାଇଲାବେଳେ ଜଳଭାଗର ଜୀବଜନ୍ତୁଙ୍କୁ ହାନି ପହଞ୍ଚାଇବା ଅନୁଚିତ। ତେବେ କେହି ମଧ୍ୟ ଏହାକୁ ଗଭୀର ଭାବେ ଗ୍ରହଣ କରୁନଥିବାର ଗବେଷକଙ୍କ ମତ।

Comments are closed.