ଆର୍ଥିକ ସମସ୍ୟା ଦୂରେଇବା ପାଇଁ କଉଡ଼ିର ବ୍ୟବହାର

0

ଅର୍ଥର ଅଭାବରେ ମଣିଷ ପାଗଳ ହୋଇଯାଏ କହିଲେ ଅତ୍ୟୁକ୍ତି ହେବନାହିଁ। ଜୀବନରେ ଅର୍ଥର ଭୂମିକା ଖୁବ୍ ଗୁରୁତ୍ବପୂର୍ଣ୍ଣ। ବେଳେବେଳେ ଏପରି ମଧ୍ୟ ହୁଏ, ଯେତେ ଉପାର୍ଜନ କଲେ ସୁଦ୍ଧା ଆର୍ଥିକ ସମସ୍ୟା ଦେଖାଦେଇଥାଏ। ଧନପ୍ରାପ୍ତି ପାଇଁ ସମସ୍ତେ ଅନେକ ପ୍ରୟାସ କରିଥା’ନ୍ତି। କିନ୍ତୁ କେତେବେଳେ ସଫଳତା ମିଳେ ତ କେତେବେଳେ ଖାଲି ବିଫଳତା ହିଁ ହାସଲ ହୋଇଥାଏ। ତେବେ ବାସ୍ତୁଶାସ୍ତ୍ରର ଏପରି ଉପାୟ ରହିଛି ଯାହାକୁ ଆପଣାଇବା ଦ୍ୱାରା ପରିବାରର ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ଏବଂ ଧନପ୍ରାପ୍ତି ମଧ୍ୟ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ସେହିସବୁ ଉପାୟ ବିଷୟରେ–

-ଘରର ଉତ୍ତର ଦିଗରେ ୧୧ଟି ହଳଦିଆ କଉଡ଼ିକୁ ସବୁଜ କପଡାରେ ବାନ୍ଧି ଲୁଚେଇଦେଲେ କୁବେର ମହାରାଜ ଆପଣଙ୍କ ଉପରେ ପ୍ରସନ୍ନ ହେବେ। ଯଦ୍ବାରା ଆପଣଙ୍କ ଆର୍ଥିକ ସମସ୍ୟା ଦୂର ହୋଇଯିବ।
-ଛାତ୍ରଛାତ୍ରୀ ଯଦି ନକାରାତ୍ମକ ଶକ୍ତି ଏବଂ କୁସଙ୍ଗରୁ ରକ୍ଷା ପାଇବା ପାଇଁ ଚାହୁଛନ୍ତି ତାହେଲେ ଏକ ହଳଦିଆ କଉଡ଼ିକୁ ବେକରେ ଡେଉଁରିଆ ଭଳି ବାନ୍ଧିପାରିବେ। କଉଡ଼ି ବେକରେ ବାନ୍ଧିଲେ ଆପଣଙ୍କୁ କୌଣସି ପ୍ରକାର ଖରାପ ଶକ୍ତି ଛୁଇଁ ପାରିବନାହିଁ।
-ମହିଳାମାନେ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ପୂଜା ପାଠ କରିଥାନ୍ତି। ମା’ ଲକ୍ଷ୍ମୀଙ୍କ ସହ ୧୧ଟି କଉଡ଼ି ମଧ୍ୟ ପୂଜା କରିଥା’ନ୍ତି। ୧୧ଟି କଉଡ଼ିକୁ ହଳଦିଆ କପଡାରେ ବାନ୍ଧି ଟ୍ରେଜେରିରେ ରଖିଦେବେ। ଏଭଳି ଉପାୟରେ ଆପଣଙ୍କ ଟ୍ରେଜେରିରେ ସବୁବେଳେ ଟଙ୍କା ରହିବ।
-ଘରେ ସୁଖ ସମୃଦ୍ଧି ପାଇଁ ଘରର ମୁଖ୍ୟ ଦ୍ୱାରାରେ ୧୧ଟି କଉଡ଼ି ନାଲି କପଡାରେ ବାନ୍ଧି ଟାଙ୍ଗିଦେବେ। ଏହା ପ୍ରଭାବରେ ଘରେ କୌଣସି ନକରାତ୍ମକ ଶକ୍ତି ପ୍ରବେଶ କରିପାରିବେ ନାହିଁ ଓ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ।

Leave A Reply