୧୩ ବର୍ଷରେ ପ୍ରଥମ ଥର ପାଇଁ ହ୍ରାସ ପାଇଲା ସ୍କୁଟର ବିକ୍ରି

ନୂଆଦିଲ୍ଲୀ ..-  ୧୩ ବର୍ଷରେ ପ୍ରଥମ ଥର ପାଇଁ ଭାରତରେ ସ୍କୁଟର ବିକ୍ରି ହ୍ରାସ ପାଇଥିବା ସୂଚନା ମିଳିଛି । ଗତ ଆର୍ଥକ ବର୍ଷରେ ଭାରତରେ କମ୍‌ ପରିମାଣରେ ସ୍କୁଟର ବିକ୍ରି ହୋଇଛି । ଭାରତୀୟ ଅଟୋମୋବାଇଲ ନିର୍ମାଣକାରୀ ସୋସାଇଟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଭାରତରେ ବିକ୍ରି ହେଉଥିବା ମୋଟ୍‌ ଦୁଇଚକିଆ ଯାନ ମଧ୍ୟରେ ଏକ ତୃତୀୟାଂଶ ସ୍କୁଟର ବିକ୍ରି ହୋଇଥାଏ । ୨୦୧୮-୧୯ ଆର୍ଥିକ ବର୍ଷରେ ୬୭ ଲକ୍ଷ ୟୁନିଟ ସ୍କୁଟର ବିକ୍ରି ହୋଇଥିଲା । ଏହି ବର୍ଷ ମୋଟ୍ ୧.୩୬ କୋଟି ୟୁନିଟ ଦୁଇଚକିଆ ଯାନ ବିକ୍ରି ହୋଇଛି । ସ୍କୁଟର ବିକ୍ରି ୦.୩ ପ୍ରତିଶତ କମିଛି ।

୨୦୧୩-୨୦୧୮ ମଧ୍ୟରେ  ସ୍କୁଟର ବିକ୍ରି  ୧୮.୧ ପ୍ରତିଶତ ବୃଦ୍ଧି ପାଇଥିଲା । ୧୩ ବର୍ଷ ପରେ ପ୍ରଥମ ଥର ପାଇଁ ସ୍କୁଟର ବିକ୍ରି କମିଛି । ପାର୍ଟନର ଆଣ୍ଡ ସେକ୍ଟର ଲିଡର ଅଟୋମେଟିଭ୍‌ର ରାକେଶ ବାତ୍ରାଙ୍କ ଅନୁସାରେ ଗାଡି ବୀମା ରାଶି ବୃଦ୍ଧି, ଇନ୍ଧନର ମୂଲ୍ୟ ବୃଦ୍ଧି ଏବଂ ଅନ୍ୟ କେତକ କାରଣରୁ ବିଭିନ୍ନ ଯାନ ବିକ୍ରି ଉପରେ ପ୍ରଭାବ ପଡ଼ିଛି ।

Comments are closed.